ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଆକ୍ସନ : ୩ କମ୍ପାନୀର ୭୦ କୋଟି ଟଙ୍କାର ସଂପତ୍ତି ଜବତ କଲେ ଇଡି, ସେଥିରେ ଅଛି ଶାହାରୁକ ଖାନ୍‌ଙ୍କ ଲିଙ୍କ୍

Published By : Prameya-News7 Bureau | February 03, 2020 IST

କୋଲକାତା ୦୩/୦୨- ବହୁ ଚର୍ଚ୍ଚିତ ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକବଡ଼ ପଦକ୍ଷେପ ନେଇଛନ୍ତି । ରୋଜଭ୍ୟାଲି ସହ ନେଣ ଦେଣ କାରବାର ଥିବା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ୭୦.୧୧ କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି ।ପ୍ରୋଭିଜନ୍ସ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ ଭିତ୍ତିରେ ଇଡି ଏହି ସଂପତ୍ତି ଜବତ କରିଚନ୍ତି । ସେଥିରେ ତିନି କମ୍ପାନୀର ଚଳନ୍ତୀ ଓ ସ୍ଥାୟୀ ସଂପତ୍ତି ରହିଛି ।ଏହାସହ କିଛି ବ୍ୟକ୍ତି ବିଶେଷଙ୍କ ସଂପତ୍ତି ମଧ୍ୟ ରହିଛି । ଯେଉଁମାନେ କି ରୋଜଭ୍ୟାଲି ଏବଂ ତାରସହଯୋଗୀ ସଂସ୍ଥା ଠାରୁ ବିଭିନ୍ନ ଭାବେ ଅର୍ଥ ଗ୍ରହଣ କରିଥିଲେ ।ରୋଜଭ୍ୟାଲି ସହ ଜଡିତ ୩ଟି କମ୍ପାନୀର ୭୦ କୋଟି ଟଙ୍କାର ସଂପତ୍ତି ଏହି ଜବତ ତାଲିକାରେ ରହିଛି । ବଡ଼ କଥାଟି ହେଲା, ସେହି ୩ କମ୍ପାନୀ ମଧ୍ୟରୁ ଗୋଟିଏ ସହ ରହିଛି ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ସଂପର୍କ ।

ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସଂପତ୍ତି ଜବତ ବିଷୟ ପ୍ରକାଶ କାରାଯାଇଛି । ରୋଜଭ୍ୟାଲି ଏବଂ ତାର ସହଯୋଗୀ ସଂସ୍ଥା ଠାରୁ ଅର୍ଥ ଆଣିଥିବା ବା ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥାର ସଂପତ୍ତି ଜବତ ତାଲିକାରେ ରହିଛି । ଆଇପିଏଲ୍‌ ସହ ସଂପର୍କୀତ ବା ଜଡିତ ଏକ କମ୍ପାନୀ ଏହି ତାଲିକାରେ ରହିଛି, ଯାହା ସହ ଶାହାରୁକ ଖାନ୍‌ଙ୍କ ସଂପର୍କ ରହିଛି ।

ସୂଚନାଯୋଗ୍ୟ ଯେ, ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀ ପଶ୍ଚିମବଙ୍ଗ, ଆସାମ, ବିହାର ସମେତ ଓଡ଼ିଶାରେ ବି  ନିବେଶକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଆଲୋଡନ ସୃଷ୍ଟି କରିଥିବା ଚିଟଫଣ୍ଡ ଦୁର୍ନୀତିର ରୋଜଭ୍ୟାଲି ଅନ୍ୟତମ ବଡ ସ୍କାମ୍ । ଏହି କମ୍ପାନୀର ଠକେଇ ପରିମାଣ ୧୭,୫୨୦ କୋଟି ଟଙ୍କା ହେବ ବୋଲି ଇଡି ଆକଳନ କରିଥିଲେ । ବିଭିନ୍ନ ରାଜ୍ୟରେ ଏହି କମ୍ପାନୀ ଶାଖା ଖୋଲି ଜମାକାରୀଙ୍କୁ ଅଧିକ ସୁଧର ଲୋଭ ଦେଖାଇ ବିପୁଳ ଅର୍ଥ ସଂଗ୍ରହ କରିଥିଲା ।

ରୋଜ ଭ୍ୟାଲି ଏବଂ ଶାରଦା ଚିଟ୍‌ ଫଣ୍ଡ ଦୁର୍ନୀତି କେବଳ ନିବେଶକାରୀଙ୍କୁ ଠକିନାହାନ୍ତି, ଏହା ରାଜନୈତୀକ ହଇଚଇ ବି ସୃଷ୍ଟି ର କାରଣ । ରେଜଭ୍ୟାଲି ଏବଂ ଶାରଦା ଚିଟ୍‌ ଫଣ୍ଡ ଦୁର୍ନୀତିରେ ତତ୍କାଳୀନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ନୋଟିସ ବେଶି ହଇଚଇ କରିଥିଲା ।ରୋଜଭ୍ୟାଲି ଗୃପ୍‌ ପ୍ରାୟ ୨୫ ଟି କମ୍ପାନୀ ଚଳାଉଥିବା ବେଳେ ବିଭିନ୍ନ ସୂତ୍ରର ଅଭିଯୋଗ ଅନୁଯାୟୀ କମ୍ପାନୀର ଚିଟ୍‌ଫଣ୍ଡ ଠକେଇ ପରିମାଣ ୪୦ ହଜାରରୁ ୬୦ ହଜାର କୋଟି ଟଙ୍କା ହେବ ବୋଲି ଆଶଙ୍କା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.