Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅହମ୍ମଦ ପଟେଲଙ୍କୁ ଦ୍ୱିତୀୟବାର ଜେରା କଲା ଇଡି, ଟଙ୍କା ହେରଫେର ମାମଲାରେ ଘରେ ଯାଇ ସିରିଜ୍ ପ୍ରଶ୍ନ କଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍

30/06/2020 at 4:49 PM

ନୂଆଦିଲ୍ଲୀ, ୩୦|୦୬:    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି । ସାନ୍ଦେସାରା ବ୍ରଦର୍ସ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଅହମ୍ମଦଙ୍କୁ ତାଙ୍କ ବାସଭବନରେ ଇଡି ଜେରା କରିଛି । ଇଡିର ତିନି ଜଣିଆ ଟିମ୍ ଓ କିଛି ବରିଷ୍ଠ ଅଧିକାରୀ ମଙ୍ଗଳବାର ସକାଲ ୧୦ଟା ୩୦ରୁ ତାଙ୍କୁ ଜେରା କରିଛନ୍ତି । ଇଡି ସଦସ୍ୟମାନେ ଜେରା କରିବା ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ହାତରେ ଗ୍ଲୋଭସ୍ ଓ ମୁହଁରେ ମାସ୍କ ପରିଧାନ କରିଥିଲେ ।

ପୂର୍ବରୁ ଗତ ୨୭ ତାରିଖରେ ପ୍ରଥମ ଥର ପାଇଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କୁ ଜେରା କରାଯାଇଥିଲା । ପ୍ରାୟ ୮ ଘଣ୍ଟା ଧରି ଅହମ୍ମଦ ପଟେଲ ଇଡି ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ । ଅହମ୍ମଦ କରୋନା ଆତଙ୍କ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି କହିବା ପରେ ଅଧିକାରୀମାନେ ତାଙ୍କୁ ବାସଭବନରେ ହିଁ ଜେରା କରିଥିଲେ ।

ସାନ୍ଦେସାରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କୁ ଜେରା କରିଥିଲା । ଗୁଜୁରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ୍ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜ୍ଜୁ କରିଛି । ଏହି ମାମଲାରେ ଇଡି କଂଗ୍ରେସ ନେତା ଅହମଦ ପଟେଲଙ୍କୁ ପଚରାଉଚୁରା କରୁଛି । ସାନ୍ଦେଶରା ଗ୍ରୁପ ସହ ଅହମଦ ପଟେଲଙ୍କ ସମ୍ପର୍କକୁ ନେଇ ଯାଞ୍ଚ ଚାଲିଛି । ପୂର୍ବରୁ ଇଡି ଅହମଦ ପଟେଲଙ୍କ ଜ୍ୱାଇଁ ଓ ପୁଅକୁ ପଚରାଉଚୁରା କରିସାରିଛି ।

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଟିମ୍ ଫାର୍ମା ସେକ୍ଟର କମ୍ପାନୀ ଷ୍ଟାଲିଙ୍ଗ୍ ବାୟୋଟେକ୍ ସଞ୍ଚାଳକଙ୍କ ଠାରୁ ଅହମଦ ପଟେଲଙ୍କ ପୁଅ ଓ ଜ୍ୱାଇଁ ସମ୍ପର୍କରେ ଯାଞ୍ଚ କରୁଛି । ଇଡି ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କ ବୟାନ ରେକର୍ଡ କରିଥିଲା । ପୁଅ ଫୈଜଲ ଓ ଜ୍ୱାଇଁ ଇରଫାନ ସିଦ୍ଦିକି ଷ୍ଟାଲିଙ୍ଗ ବାୟୋଟେକର ଟଙ୍କା ମନି ଲଣ୍ଡରିଂ ମାମଲାରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

   Related Posts