Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦାଉଦ ସହଯୋଗୀ ଇକବଲ୍‌ ମିର୍ଚିର ୨୨.୪୨ କୋଟିର ସମ୍ପତ୍ତି ଜବତ କଲା ED

20/10/2020 at 5:07 PM

ମୁମ୍ବାଇ ୨୦/୧୦: ଅଣ୍ଡର ଓ୍ବାର୍ଲଡ୍‌ ଡନ୍‌ ଦାଉଦ ଇବ୍ରାହିମ୍‌ ସଯହୋଗୀ ଇକ୍‌ବଲ ମିର୍ଚିର ସମ୍ପର୍କୀୟଙ୍କ ସହ ଜଡ଼ିତ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ମିର୍ଚିର ସମ୍ପର୍କୀୟଙ୍କ ଅଚଳ ସମ୍ପତ୍ତି ସହ ୭ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ମଙ୍ଗଳବାର ଇଡି ଜବତ କରିଥିବା ଜଣାପଡ଼ିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅଧିନରେ ସେକ୍ସନ ୫ ଅନୁଯାୟୀ ଇଡି ଜବତ କରିଥିବା ସମ୍ପତ୍ତି ଓ ଟଙ୍କାର ପରିମାଣ ମୋଟ ୨୨.୪୨ କୋଟି ବୋଲି ସୂଚନା ମିଳିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇର ଏକ ହୋଟେଲ, ଦୁଇଟି ବଙ୍ଗଳା ଓ  ପଞ୍ଚଗାନୀର ୩.୫ ଏକର ଜମି ସାମିଲ ରହିଛି।

ଗତମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଇକ୍‌ବଲ ମିର୍ଚି ଓ ତାର ସମ୍ପର୍କୀୟଙ୍କ ସମ୍ପତ୍ତି ମଧ୍ୟ ଜବତ କରିଥିଲା। ଯେଉଁଥିରେ ୟୁଏଇ ଓ ଦୁବାଇର ସମ୍ପତ୍ତି ସାମିଲ୍‌ ଥିଲା। ଏହି ସବୁ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା। ପୂର୍ବରୁ ଇଡି ମିର୍ଚିର ମୁମ୍ବାଇ, ଦୁବାଇ, ଲଣ୍ଡନରେ ଥିବା ହଜାରେ କୋଟିର ସମ୍ପତ୍ତି ଠାବ କରିଥିଲା।

ଗତବର୍ଷ ମୁମ୍ବାଇର ମୁଖ୍ୟ ସ୍ଥାନଗୁଡ଼ିକରେ ଥିବା ସିଜେ ହାଉସ୍‌, ସାହିଲ୍‌ ବଙ୍ଗଳା, ରବିଆ ମାନିସନ୍‌, ମାରିୟମ୍‌ ଲଜ୍‌ ଓ ସି ଭିଉରେ ମିର୍ଚି ସମେତ ତାର ସମ୍ପର୍କୀୟଙ୍କ ଦ୍ବାରା ଟଙ୍କାର ଅବୈଧ କାରବାର ନେଇ ଅଭିଯୋଗ ହୋଇଥିଲା। ଏହାପରେ ମିର୍ଚି ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୨୦୧୯ ଡିସେମ୍ବରରେ ଇଡି ୬୦୦ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଥିଲା।

   Related Posts