Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମୌଲାନା ସାଦ କନ୍ଦାଲବୀଙ୍କ ବିରୋଧରେ ED କଲେ ମୋକଦ୍ଦମା

16/04/2020 at 9:18 PM

ନୂଆଦିଲ୍ଲୀ ୧୬।୪:  ତବଲିଗୀ ଜମାତ ନେତା ମୌଲାନା ସାଦ କନ୍ଦାଲବୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ମୋକଦ୍ଦମା ରୁଜୁ କରିଛନ୍ତି। ଅର୍ଥ ହେରଫେର( ମନିଲଣ୍ଡରିଂ) ମାମଲାରେ ଏହି ମୋକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି। ଦିଲ୍ଲୀ ପୋଲିସ ଏତଲା ଆଧାରରେ ସଂସ୍ଥା ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସିଆଇଆର) ଦାଖଲ କରିଛନ୍ତି।

ସାଦଙ୍କ ବିରୋଧରେ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ (ପିଏମଏଲଏ)ରେ ଫୌଜଦାରୀ ମୋକଦ୍ଦମା ରୁଜୁ ହୋଇଥିବା ଜନୈକ ବରିଷ୍ଠ ଇଡି ଅଧିକାରୀ କହିଛନ୍ତି। ନିଜାମୁଦ୍ଦିନ ଥାନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଗତ ମାର୍ଚ୍ଚ ୩୧ ତାରିଖଦିନ ମୌଲାନା ସାଦଙ୍କ ସମେତ ମୋଟ ୭ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ବେଳେ ତବଲିଗୀ ଜମାତ ଅନୁଗାମୀମାନେ ଆଇନ ଉଲ୍ଲଂଘନ କରି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକତ୍ର ହୋଇଥିବା ନେଇ ନିଜାମୁଦ୍ଦିନ ଥାନା ଆଇଆଇସି ଅଭିଯୋଗ କରିଥିଲେ। ଫଳରେ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣର ଭୟ ସୃଷ୍ଟି ହୋଇଥିବାର ଆଶଙ୍କା କରିଥିଲେ। ଏତଲା ଆଧାରରେ ଦିଲ୍ଲୀ ପୋଲିସ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିବା ବେଳେ ପୋଲିସ ସାଦଙ୍କୁ ଗିରଫ କରିଛି।

   Related Posts