Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଆଜି ସୁଶାନ୍ତଙ୍କ ଏକ୍ସ ବିଜନେସ୍ ମ୍ୟାନେଜରଙ୍କୁ ପଚରାଉଚୁରା କରିବ ଇଡି : ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କ ମଧ୍ୟ ରୁଜୁ ହେବ ବୟାନ୍

11/08/2020 at 10:53 AM

ମୁମ୍ବାଇ ୧୧/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଚାଲିଛି। ସୋମବାର ଇଡି ରିୟା ସମେତ ତାଙ୍କ ଭାଇ ଏବଂ ବାପାଙ୍କୁ ୧୦ଘଣ୍ଟା ଯାଏଁ ପଚରାଉୁଚୁରା କରିଥିଲା। ଆଜି ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବ। ଏହା ଦ୍ବାରା କ୍ଲିୟର ହୋଇଯିବ ଯେ ସୁଶାନ୍ତ ମାମଲାର ଯାଞ୍ଚ ସିବିଆଇ କରିବ ନା ମୁମ୍ବାଇ ପୋଲିସ୍। ଏହା ବ୍ୟତୀତ ସୁପ୍ରିମ କୋର୍ଟ ବିହାର,ମହାରାଷ୍ଟ୍ର,କେନ୍ଦ୍ର ସରକାର ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଦାଖଲ ଜବାବ ଉପରେ ନିଷ୍ପତ୍ତି ଶୁଣାଇବ।

ସୁଶାନ୍ତ ସିଂହ ମାମଲାରେ ଆଜି ବଡ଼ ଶୁଣାଣି ହେବ। ଏହାକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ- ସେ ସମସ୍ତଙ୍କୁଚ ଅପିଲ କରୁଛନ୍ତି ଯେ ସେ ସୁପ୍ରିମ କୋର୍ଟଙ୍କ ଶୁଣାଣିରେ ପଜିଟିଭ ଫଳାଫଳ ସାମନାକୁ ଆସିବାକୁ ପ୍ରାର୍ଥନା କରନ୍ତୁ।

ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ବିଜନେସ୍ ମ୍ୟାନେଜର ଶୃତି ମୋଦି ତୃତୀୟ ଥର ଇଡି ସାମନାରେ ହାଜର ହୋଇଛନ୍ତି। ଶୃତି ମୋଦିଙ୍କୁ ଇଡିର ଅଧିକାରୀମାନେ କିଛି ଜରୁରୀ ଡକ୍ୟୁପମେଣ୍ଟସ୍ ଜମା କରିବା ପାଇଁ ଡାକିଛନ୍ତି। ସୋମବାର ମଧ୍ୟ ଇଡି ଶୃତି ମୋଦିଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରିଥିଲେ।

ସୁଶାନ୍ତ ସିଂହ ମାମଲାରେ ରିୟା ଏବଂ ପରିବାରକୁ ପଚରାଉଚୁରା କରିବା ପରେ ଏବେ ଇଡି ସୁଶାନ୍ତଙ୍କ ଭଉଣୀକୁ ପଚରାଉଚୁରା କରିବ। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ଆଜି ଇଡି ସାମନାରେ ନିଜ ବୟାନ ରୁଜୁ କରି​ବେ।

   Related Posts