ପିଏନବି ଘୋଟାଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ହଂକଂରୁ ଭାରତ ଅଣାଗଲା ନିରବ ମୋଦୀ-ମେହୁଲ ଚୋକସିର ୧୩୫୦ କୋଟି ଟଙ୍କାର ହୀରା-ମୋତି

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୦୬:   ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ହଜାର ହଜାର କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର କୋଟି ପତି  ହୀରା ବ୍ୟବସାୟୀ ନିରବ ମୋଦୀ ଓ ମେହୁଲ ଚୋକସି ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଇଡି ନିରବ ମୋଦୀ ଓ ମେହୁଲ ଚୋକସିର ୧୩୫୦ କୋଟି ଟଙ୍କାର ହୀରା, ମୋତି, ଗହଣା ହଂକଂ ନେଇକି ଆସିଛି। ଉଭୟ ଅଭିଯୁକ୍ତ ଏହି ସବୁ ଅଳଙ୍କାରକୁ ହଂକଂର ଏକ ଗୋଦାମରେ ଲୁଚାଇ ରଖିଥିଲେ।

ଇଡି ବୁଧବାର କହିଛି, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ୧୦୮ ସାମାନ ହଂକଂରୁ ଅଣାଯାଇଛି। ଏଥିରେ ହୀରା, ମୋତି, ରୂପା ଗହଣା ସାମିଲ। ଏହାର ଆନୁମାନିକ ମୂଲ୍ୟ ୧୩୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏଜେନ୍ସି ପ୍ରେସ୍ ବିଜ୍ଞପ୍ତିରେ କହିଛି, ଏହି ସାମଗ୍ରୀର ମୂଲ୍ୟ ୧୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ସବୁ ମୂଲ୍ୟବାନ ଗହଣା ହଂକଂର ଏକ ଲଜିଟିକ୍ସ କମ୍ପାନୀର ଗୋଦାମରେ ଲୁଚାଇ ରଖାଯାଇଥିଲା। ଇଡି ବୁଧବାର ଜବତ କରିଥିବା ସମସ୍ତ ସାମାନ ଧରି ମୁମ୍ବାଇ ଫେରିଛି। ସବୁ ସାମଗ୍ରୀର ମୋଟ୍ ଓଜନ ୨୩୪୦ କିଲୋଗ୍ରାମ ରହିଛି।

{"id":284333,"sizeSlug":"large"}

ଇଡି କହିଛି ୨୦୧୮ରେ ଏହି ସବୁ ଅଳଙ୍କାର ଦୁବାଇରୁ ହଂକଂ ପଠାଯାଇଥିଲା। ସେହି ବର୍ଷ ଜୁଲାଇରେ ଇଡିକୁ ଏହି ଖବର ମିଳିଥିଲା। ଏହା ପରେ ଏହି ସବୁ ମୂଲ୍ୟବାନ୍ ସାଗମ୍ରୀକୁ ଭାରତ ଫେରାଇ ଆଣିବା ଲାଗି  ହଂକଂ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଗଲା। ସମସ୍ତ ପ୍ରକ୍ରିୟା ଓ ଔପଚାରିକତା ପୂରା ହେବା ପରେ ସବୁ ମୂଲ୍ୟବାନ ଗହଣାକୁ ଆଜି ଭାରତ ଅଣାଯାଇଛି।

ଉଲ୍ଲେଖନୀୟ ପିଏନବି ଘୋଟାଲାରେ ନିରବ ମୋଦୀ ଓ ମେହୁଲ ଚୋକସି ମୁଖ୍ୟ ଅଭିଯୁକ୍ତ। ନିରବ ମୋଦୀ ଗତ ବର୍ଷ ମାର୍ଚ୍ଚରୁ ଲଣ୍ଡନର ଜେଲ୍‌ରେ ବନ୍ଦୀ ଅଛି। ଭାରତ ସରକାର ତାର ପ୍ରତ୍ୟର୍ପଣ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ନିବରର ମାମୁଁ ମେହୁଲ ଚୋକସି ସଂପ୍ରତି ଆଣ୍ଟିଗୁଆରେ ରହିଛି। ନିକଟରେ ମୁମ୍ବାଇର ଏକ ସ୍ଵତନ୍ତ୍ର ଅଦାଲତ ଇଡିଙ୍କୁ ନିରବ ମୋଦୀଙ୍କ ସଂପତ୍ତି ଜବତ କରିବାକୁ ଅନୁମତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.