କେଉଁଠି ରହିବେ ଚନ୍ଦା କୋଚ୍ଚର ? ଭାଗ୍ୟ ପୁଣି ଏମିତି କରେ, ୬୦୦ କୋଟି ଟଙ୍କାର ସଂପତ୍ତି ୭୮ କୋଟି

Published By : Prameya-News7 Bureau | January 10, 2020 IST

ନୂଆଦିଲ୍ଲୀ ୧୦/୦୧ – ସବୁଠାରୁ ବଡ ଘୋଇ ବ୍ୟାଙ୍କର ଉତ୍ଥାନରେ ତାଙ୍କୁ ଦିଆ ଯାଉଥିଲା ଶ୍ରେୟ । ସେ ଦିନେ ଥିଲେ ମହିଲା ମାନଙ୍କ ଲାଗି, ଉଦ୍ୟୋଗ ଜଗତ ଲାଗି ରୋଲ ମଡେଲ । ବ୍ୟାଙ୍କିଙ୍ଗ୍ ଜଗତରେ ତାଙ୍କ ନାମକୁ ବାଦ୍ ଦିଆଯାଇପାରିବ ନାହିଁ । କିନ୍ତୁ ସେ ଏବେ ରହିବେ କେଉଁଠି ? ଆମେ ଏଠାରେ କହୁଛୁ ଚନ୍ଦା କୋଚ୍ଚରଙ୍କ କଥା । ଆଇସିଆଇସିଆଇ ବ୍ୟାଙ୍କ୍ ର ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚନ୍ଦା କୋଚ୍ଚର ।  ଶୁକ୍ରବାର ତାହ୍କ ମୁମ୍ବାଇ ଫ୍ଲାଟକୁ ଜବତ କରିଚି ଇଡି । ବଡ କଥାଟି ହେଲା ଏବେ ଚନ୍ଦା ସେହି ଘରେ ହିଁ ରହୁଛନ୍ତି । ଏବେ ସେ କୁଆଡେ ଯିବେ ?

{"id":209467,"sizeSlug":"large"}

ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚନ୍ଦା କୋଚ୍ଚରଙ୍କ ମୁମ୍ବାଇ ଘର ସହ ଅନ୍ୟ ସଂପତ୍ତିକୁ ବିଧିବଦ୍ଧ ଭାବେ ଜବତ କରିଛି । ମୁମ୍ବାଇ ପ୍ଲାଟ ସହ ଚନ୍ଦାଙ୍କ  ସ୍ୱାମୀଙ୍କ ନାମରେ ଥିବା ଏକ ଫାର୍ମ ହାଉସ ଏବଂ ଅନ୍ୟ ଦୁଇଟି ସଂପତ୍ତି। ଏକ ଋଣ ଜାଲିଆକତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ କରିଛି ଇଡି । ତେବେ ଏହି ଘରେ ହିଁ ଆଇସିଆଇସିଆଇର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚ୍ଚର ୧୯୯୭ ରୁ ରହିଆସୁଛନ୍ତି । ଘର ସହ ଜବତ  ସମସ୍ତ ସଂପତ୍ତିର ବଜାର ମୂଲ୍ୟ ୬ ଶହ କୋଟି ଟଙ୍କା ହେବ । କିନ୍ତୁ ଏହାର ବୁକ୍ ଭାଲ୍ୟୁ ୭୮ କଟି ଟଙ୍କା ହୋଇଛି । ଋଣ ଜାଲିଆତି ମାମାଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏକଦା ବଡ଼ ହସ୍ତୀ ଥିବା ଚନ୍ଦା କୋଚ୍ଚରଙ୍କ ବିରୋଦରେ ଏହା  ଇଡିର ବଡ ପଦକ୍ଷେପ  ମନେ କରାଯାଉଛି ।

{"id":209468,"sizeSlug":"large"}

 ଭିଡିଓକୋନ ଗ୍ରୁପ୍ କମ୍ପାନୀକୁ  ଆଇସିଆଇସିଆଇ ବ୍ୟାଙ୍କର ୩ ,୨୫୦ ଟଙ୍କା ଋଣ ଦେବାରେ  ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଏବଂ ଇଡି ଏହି ଦୁର୍ନୀତି ନେଇ ତଦନ୍ତ କରିଥିଲେ । ଏନେଇ ଚନ୍ଦା କୋଚ୍ଚର  ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ନାମରେ କେଶ୍ ରୁଜ୍ଜୁ ହୋଇଥିଲା । ମାମାଲରେ ତଦନ୍ତ କରି ଆଜି ଚନ୍ଦାଙ୍କ ଘର ଓ ତାଙ୍କ ସ୍ୱାମୀଙ୍କ ସଂପତ୍ତି ଜବତ କରିବା ବେଳେ ଏହା ଅନୈତିକ ଉପାୟରେ ଉପାର୍ଜନ ଅର୍ଥରେ କିଣା ଯାଇଥିବା ଦର୍ଶାଇଛନ୍ତି ଇଡି । ତେବେ ଘଟି ଚନ୍ଦାଙ୍କର ନୁହେଁ, ଭିଡିଓକୋନ ମାଲିକାନାରେ ଥିବା କ୍ୟୁଟିଏପିଏଲର ବୋଲି ଅଭିଯୋଗ ହୁଏ ।

{"id":209469,"sizeSlug":"large"}

 ଉଲ୍ଲେଖଯୋଗ୍ୟ ଯେ, ଦୁର୍ନୀତି  ଅଭିଯୋଗ ଯୋଗୁଁ ୨୦୧୮ ଅକ୍ଟୋବର ୪ ତାରିଖରେ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କ୍ର ଟପ୍ ପୋଷ୍ଟରୁ ଓହରି ଥିଲେ । ସେ କାଳେ ଦେଶ ଛାଡି ଚାଲିଯିବେ ସେଥିଲାଗି ମଧ୍ୟ  ଗତବର୍ଷ ସିବିଆଇ ଚନ୍ଦା, ଦୀପକଙ୍କ ସହ ଭିଡିଓକୋନ ଗ୍ରୁପ୍ର ବେଣୁଗୋପାଳ ଧୁତ୍ଙ୍କ ବିରୋଧରେ ଦେସର ବିଭିନ୍ନ ବିମାନ ବନ୍ଦରରେ ଲୁକ୍ଆଉଟ ନୋଟିସ ଜାରି କରିଥିଲା ।

{"id":209470,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.