Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ପିଏନ୍‌ବି ଦୁର୍ନୀତି ମାମଲା ; ନୀରବ ମୋଦିର ଦେଶ ବିଦେଶରେ ଥିବା ୬୩୭ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

1/10/2018 at 2:04 PM

ନୂଆଦିଲ୍ଲୀ ୧|୧୦:  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଦୁର୍ନୀତି ମାମଲାର ଅଭିଯୁକ୍ତ ନୀରବ ମୋଦି ଏବଂ ତାଙ୍କ ପରିବାର ସଦସ୍ୟଙ୍କର ପାଖାପାଖି ୬୩୭କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାଜ୍ୟାପ୍ତ କରିଛି । ଭାରତ ସହ ଅନ୍ୟ ୪ଟି ଦେଶରେ ଏସବୁ ସମ୍ପତ୍ତି ରହିଛି ।

ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ, ବ୍ରିଟେନ୍ ଏବଂ ଆମେରିକା ସହ ଅନ୍ୟ ଦେଶ ଗୁଡିକରେ ଥିବା ଜୁଏଲାରୀ, ପ୍ରପର୍ଟି, ଫ୍ଲାଟ୍ ଏବଂ ବ୍ୟାଙ୍କ୍ ଜମାକୁ ବାଜ୍ୟାପ୍ତ କରାଯାଇଛି । ଏହା ଇଡିର ଏକ ବଡ ସଫଳତା ବୋଲି ମଧ୍ୟ କୁହାଯାଉଛି । ଏଭଳି ବହୁତ କମ୍ ମାମଲା ରହିଛି ଯେଉଁଥିରେ ଭାରତୀୟ ସଂସ୍ଥା ଫୌଜଦାରୀ ମାମଲାରେ କାହାର ବିଦେଶରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏନବି ଦୁର୍ନୀତି ମାମଲାରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା କୁହାଯାଉଛି । ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୀରବ ମୋଦିର ବିଦେଶରେ ୪ହଜାର କୋଟି ଟଙ୍କାର ସମ୍ପତ୍ତି ଥିବା ଠାବ କରିଛି । ଏହି ସମ୍ପତ୍ତି ମଧ୍ୟରୁ ୬୩୭ କୋଟି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି ବୋଲି ଶୁଣାଯାଉଛି । ଅନୁସନ୍ଧାନକାରୀ ସଂସ୍ଥା ଏହି ସମ୍ପତ୍ତିକୁ ‘ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ’ ଅନୁଯାୟୀ ବାଜ୍ୟାପ୍ତ କରୁଛି । ଏହା ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଠକେଇର ଅନ୍ୟ ମାମଲାରେ ଅଷ୍ଟ୍ରେଲିଆ ଏବଂ ଆମେରିକାରେ ଥିବା ସମ୍ପତ୍ତିକୁ ବାଜ୍ୟାପ୍ତ କରିସାରିଛି ।

ଅନୁସନ୍ଧାନକାରୀ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ଯେ, କେତେକ ନ୍ୟାୟିକ ଅନୁରୋଧ ପତ୍ର ମୁମ୍ବାଇର ସ୍ଥାନୀୟ ଅଦାଲତରୁ ଜାରି କରାଇଛି । ସେଗୁଡିକୁ ଏବେ ଆମେରିକା, ବ୍ରିଟେନ୍, ସ୍ବିଜରଲ୍ୟାଣ୍ଡ, ହଂକଂ ଏବଂ ସିଙ୍ଗାପୁର ପରି ଦେଶକୁ ପଠାଯାଉଛି । ତଦ୍ବାରା ନୀରବ ମୋଦି ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଏହି ଦେଶରେ ଥିବା ଘର, ଭିଲା ଭଳି ଅଚଳାଚଳ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇପାରିବ । ବିଦେଶରେ ଥିବା ଏହି ସମ୍ପତ୍ତିକୁ ଠାବ କରିବା ପାଇଁ କିଛି ଅଧିକାରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଟିମ୍ ଦେଇଥିବା ସୂଚନା ଆଧାରରେ ପାଖାପାଖି ୪ହଜାର କୋଟି ଟଙ୍କାର ସମ୍ପତ୍ତିରୁ କିଛି ସମ୍ପତ୍ତି ବିଦେଶୀ ଅଧିକାରୀଙ୍କ ସାହାଯ୍ୟରେ ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । ବିଦେଶରେ ଥିବା ଏହି ସମ୍ପତ୍ତି ନୀରବ ମୋଦି, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କର କିଛି ସହକର୍ମୀଙ୍କ ନାଁରେ ରହିଛି । ଏଭଳିକି ସେହି ଦେଶ ଗୁଡିକରେ ନୀରବ ମୋଦିଙ୍କର ଥିବା କିଛି ଶୋରୁମ୍ ମଧ୍ୟ ଇଡି ନଦରରେ ରହିଛି ଏବଂ ସେଗୁଡିକୁ ଖୁବ୍ ଶୀଘ୍ର ବାଜ୍ୟାପ୍ତ କରାଯାଇପାରେ । ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ନୀରବ ମୋଦି ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଦେଶବ୍ୟାପୀ ପାଖାପାଖି ୭୦୦କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିସାରିଛି ।

   Related Posts