ଶାରଦା ଚିଟ୍‌ଫଣ୍ଡ ଠକଇ ମାମଲା : ଟିଏମସି ନେତା କୁଣାଳ ଘୋଷ, ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କ ସମ୍ପତ୍ତି ଜବତ

Published By : Prameya-News7 Bureau | April 03, 2021 IST

କୋଲକାତା ୩।୪: ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ ଶନିବାର ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ମୁଖପାତ୍ର କୁଣାଳ ଘୋଷ, ପାର୍ଟିର ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଆଧାରରେ ଚଳଓ ଅଚଳ ସମ୍ପତ୍ତି ଜବତ ଲାଗି ଅସ୍ଥାୟୀ ଆଦେଶ ଜାରି କରାଯାଇଛି। ଏହି କ୍ରମରେ ଇଡି ଏପର୍ଯ୍ୟନ୍ତ ୬୦୦ କୋଟି ଟଙ୍କାର ସମ୍ପତ୍ତି କୋରଖ କରିଥିବାର ଜଣାପଡିଛି।

ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ତଥା ଶାରଦା ମିଡିଆ ଗ୍ରୁପର ସିଇଓ ଥିଲେ କୁଣାଳ ଘୋଷ। ସେହିପରି ପୂର୍ବତନ ଲୋକସଭା ସାଂସଦ ଶତାବ୍ଦୀ ରାୟ ଶାରଦାର ବ୍ରାଣ୍ଡ ଆମ୍ବାସେଡର ଥିଲେ ଓ ଦେବଯାନୀ ସାରଦା ଗ୍ରୁପର ନିର୍ଦ୍ଦେଶକ ଥିଲେ। କୁଣାଳ ଘୋଷ ଏବେ ଜାମିନରେ ଜେଲରୁ ବାହାରିଥିବା ବେଳେ ଗତ ୨୦୧୩ ମସିହାରେ ସେ ଟିଏମସିରୁ ବହିଷ୍କୃତ ହୋଇଥିଲେ। ହେଲେ ଏବେ ଦଳ ତାଙ୍କୁ ପୁଣି ମୁଖପାତ୍ର ଅବସ୍ଥାପିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.