ଜେକେ କ୍ରିକେଟ ଆସୋସିଏସନ ପାଣ୍ଠି ହଡପ ମାମଲା, ଫାରୁଖ ଅବଦୁଲ୍ଲାଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ
19/12/2020 at 7:16 PM

ଶ୍ରୀନଗର ୧୯।୧୨: ଜମ୍ମୁ-କାଶ୍ମୀର କ୍ରିକେଟ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରିଛନ୍ତି। ଏଥିରେ ତାଙ୍କର ୨ଟି ଘର, ୩ଟି ଫ୍ଲାଟ ଓ ଗୋଟିଏ ସମ୍ପତ୍ତି ଜବତ ହୋଇଛି। ଜବତ ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ଅନୁନ୍ୟ ୧୨କୋଟି ଟଙ୍କା ହେବ ବୋଲି କୁହାଯାଇଛି।
ଜେକେ କ୍ରିକେଟ ଆସୋସିଏସନ ଫଣ୍ଡ ଅନିୟମିତତା ମାମଲାରେ ଜବତ ସମ୍ପତ୍ତି ମଧ୍ୟରେ ଶ୍ରୀନଗର ଗୁପକାର ରୋଡରେ ଥିବା ଫାରୁକଙ୍କ ଏକ ଘର,ତନମାର୍ଗ କଟିପୋରା ତହସିଲ ଓ ଜମ୍ମୁ ଭଟିଣ୍ଡିରେ ଥିବା ଜମିକୁ ଇଡି ଆଟାଚ୍ କରିଛନ୍ତି।