ମନି ଲଣ୍ଡରିଂ ମାମଲାରେ ଇଡିର ଆକ୍ସନ: ଗିରଫ ହେଲେ ଅନିଲ ଦେଶମୁଖଙ୍କ PA ଓ PS

Published By : Prameya-News7 Bureau | June 26, 2021 IST

ମୁମ୍ବାଇ ୨୬/୬ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ PA କୁନ୍ଦନ ସିନ୍ଦେ ଏବଂ PS ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ ଇଡି ନେଇଛି କଡ୍ଡା ପଦକ୍ଷେପ । ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ । ଇଡି ଅନିଲ ଦେଶମୁଖଙ୍କ ଉପରେ ମଧ୍ୟ ଇଡି କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଥାଉକି, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରାମବୀର ସିଂ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଏହି ଘଟଣା ଘଟିବା ସମୟରେ ଅନିଲ ଦେଶମୁଖଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ ମଧ୍ୟ ରୁମରେ ଉପସ୍ଥିତ ଥିଲେ । ମନି ଲଣ୍ଡରିଂ ଘଟଣାରେ ଶୁକ୍ରବାର ଦିନ ନାଗପୁର ଏବଂ ମୁମ୍ବାଇର ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡି ସର୍ଚ୍ଚ କରିଥିଲା ।

ମନି ଲଣ୍ଡରିଂ ଆକ୍ଟ (PMLA) ର ନିୟମ ଅନୁଯାୟୀ ଏହି ଚଢାଉ କରାଯାଇଥିଲା । ନାଗପୁରର ଜିପିଓ ଚକ୍ ସ୍ଥିତ ଦେଶମୁଖଙ୍କ ବାସଭବନରେ ଏବଂ ତାଙ୍କ ବ୍ୟକ୍ତିଗତ ସହାୟକ ସଞ୍ଜୀବ ପାଲାଣ୍ଡେ ଏବଂ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କ ମୁମ୍ବାଇ ପରିସରରେ ଯାଞ୍ଚ କରାଯାଇଥିଲା । ସେପଟେ ଅନିଲ ଦେଶମୁଖ କହିଛନ୍ତି ଯେ ସେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।

ଦେଶମୁଖ ଆଶା ପ୍ରକଟ କରିଛନ୍ତି ଯେ ପ୍ରକୃତ ଘଟମା କଣ “ସତ୍ୟ ପଦାକୁ ଆସିବ”। ଭବିଷ୍ୟତରେ ସେ ଅନୁସନ୍ଧାନକାରୀ ସଂସ୍ଥା ସହ ସହଯୋଗ ଜାରି ରଖିବେ ବୋଲି ଦେଶମୁଖ କହିଛନ୍ତି । ସତ୍ୟ ପ୍ରକାଶ ପାଇବ ବୋଲି ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.