Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଚୀନ୍ ସମର୍ଥିତ Fin tech କମ୍ପାନୀଙ୍କ ଉପରେ ଲଗାମ କଷିଲେ ED ଓ CID, ରୋକିଲେ ନେଣଦେଣ

22/01/2021 at 5:01 PM

ନୂଆଦିଲ୍ଲୀ ୨୨।୧:  ଚୀନ୍‌ରୁ ନିବେଶ ପାଉଥିବା ଆର୍ଥିକ ପ୍ରଯୁକ୍ତି ଋଣ ଦାତାଙ୍କ ବିରୋଧରେ ଆରମ୍ଭ ହେବ ଯାଞ୍ଚ। ବିଭିନ୍ନ ରାଜ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିଆଇଡିଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନୁନ୍ୟ ୨୪ଟି ଫିନ୍‌ଟେକ୍‌ କମ୍ପାନୀଙ୍କ ସାଙ୍ଗକୁ ବବୁଲ ଲୋନ, ଫ୍ଲିପ୍‌ କ୍ୟାସ୍‌, ଗୋ କ୍ୟାସ୍‌ ଓ ସ୍ନାପଲ୍ଟ ଲୋନଙ୍କୁ ନେଣଦେଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନା ଅନୁସାରେ ଇଡି ଓ ସିଆଇଡି ପେଟିଏମ୍‌ ଓ ରାଜୋରପେଙ୍କୁ ଲିଖିତ ନୋଟିସ୍ ଜାରି କରିଥିବା ବେଳେ ଉପରୋକ୍ତ କମ୍ପାନୀମାନଙ୍କୁ ଦିଆନିଆ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପେମେଣ୍ଟ ଗେଟୱେକୁ ଚୀନ୍‌ ସମର୍ଥିତ ଫିନଟେକ୍‌ କମ୍ପାନୀଙ୍କ ଆକାଉଣ୍ଟ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ତେବେ ନୋଟିସ୍‌ର ପେଟିଏମ୍‌ କୌଣସି ଉତ୍ତର ଦେଇ ନଥିବା ବେଳେ ରାଜୋରପେ ଏଥିରୁ ଅନେକ ଆପ୍‌ ଉପରେ କଟକଣା ଲଗାଇସାରିଥିବାର ସୂଚିତ କରିଛନ୍ତି। ସେହିପରି ମାମଲାରେ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ ଲାଗି ମଧ୍ୟ ରାଜୋରପେ ତାର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି।

ରିପୋର୍ଟ ଅନୁସାରେ ରାଜୋରପେ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇନି। ସେପଟେ ସଂସ୍ଥାର ମୁଖପାତ୍ର କମ୍ପାନୀ ୩-୪ମାସ ପୂର୍ବେ ଏପରି ୩୦୦ରୁ ୪୦୦ ଆପ୍‌ଙ୍କ ଉପରେ ପ୍ରତିବନ୍ଧକ ଲଗାଇସାରିଛନ୍ତି। ପ୍ରାୟ ୯୫ ପ୍ରତିଶତ ଫିନଟେକ୍‌ ଆପ୍‌ ୟୁଜର ଦେୟ ପୈଠ ଲାଗି ରାଜରପେ ବ୍ୟବହାର କରନ୍ତି। ଏହି ସବୁ ଆପ୍‌ଙ୍କ ବିରୋଧରେ ମନିଲଣ୍ଡ୍ରିଂ ଅଭିଯୋଗର ଯାଞ୍ଚ ମଧ୍ୟ ହେଉଛି।

   Related Posts