Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣି EDର ନୋଟିସ, କୋଇଲା ଘୋଟାଲା ମାମଲାରେ ​‌ହେବ ପଚରାଉଚରା

11/09/2021 at 6:51 PM

କୋଲକାତା ୧୧/୦୯ : ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣି ଥରେ ପଚରାଉଚରା କରିବାକୁ ଯାଉଛି ପ୍ରବର୍ତ୍ତନ ନିର୍ଦେଶାଳୟ(ED) । ଅଭିଷେକ ବାନାର୍ଜୀଙ୍କୁ ପୁଣି ପଚରାଉଚରା କରିବା ପାଇଁ  ପ୍ରବର୍ତ୍ତନ ନିର୍ଦେଶାଳୟ ନୋଟିସ୍‌ ଜାରି କରିଥିବା ସୂଚନା ମିଳିଛି । ବହୁ ଚର୍ଚ୍ଚିତ କୋଇଲା ଘୋଟାଲା ସହ ଜଡିତ ଘଟଣାକୁ ନେଇ ଅଭିଷେକକୁ ଇଡି ଜେରା କରିବାକୁ ଯାଉଛି । ଏହା ପୂର୍ବରୁ ମଧ୍ୟ ଅଭିଷେକ ବାନାର୍ଜୀଙ୍କୁ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ।

ସେପ୍ଟେମ୍ବର ୨୦ କିମ୍ବା ୨୧ ତାରିଖରେ ଅଭିଷେକ ବାନାର୍ଜୀଙ୍କୁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ । ପଞ୍ଚିମବଙ୍ଗରେ ହୋଇଥିବା ବ୍ୟାପକ କୋଇଲା ଘୋଟାଲାକୁ ନେଇ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ଅନେକ ରାଜନେତାଙ୍କୁ ଜେରା କରିଥିଲା ଇଡି । ଏବେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡି ପଚରାଉଚରା କରିବ ।

ପୂର୍ବରୁ ଅଭିଷେକଙ୍କୁ କୋଇଲା ଘୋଟାଲା ମାମଲା​‌ରେ ୮ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଇଡି କାର୍ଯ୍ୟାଳୟରୁ ବାହାରକୁ ଆସିବା ପରେ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଥିଲେ ଅଭିଷେକ । ସେ କହିଥିଲେ, କେନ୍ଦ୍ରର ମୋଦି ସରକାରଙ୍କ ବିରୁଦ୍ଧରେ ଲଢେଇ ଜୋରଦାର ହେବ । କେନ୍ଦ୍ରର ମୁକାବିଲା କରାଯିବ । ସ୍ବଚ୍ଛ ଶାସନ ବିପକ୍ଷରେ ହୋଇଥିବା ଷଡଯନ୍ତ୍ରୀର ଖୁଲାସା ହେବ ।

କୋଇଲା ଘୋଟାଲା ମାମଲାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରିସାରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସ ନେତା ବିନୟ ମିଶ୍ରଙ୍କ ଭାଇ ବିକାଶ ମିଶ୍ର ମଧ୍ୟ ରହିଛନ୍ତି । ବିନୟ ମିଶ୍ର ଏବେ ଦେଶ ବାହାରେ ରହୁଛନ୍ତି ଏବଂ ନାଗରିକତାକୁ ମଧ୍ୟ ତ୍ୟାଗ କରିଦେଇଛନ୍ତି । ଏହା ବାଦ୍‌ ପଶ୍ଚିମବଙ୍ଗର ବାଙ୍କୁଡା ଥାନାର ପୂର୍ବତନ ପୋଲିସ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ ମଧ୍ୟ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଘଟଣାରେ ପ୍ରାୟ ୧୩୫୨ କୋଟି ଟଙ୍କାର ବଡ ଘୋଟାଲା ହୋଇଥିବା ଇଡି କହିଥିବା ବେଳେ ଏଥିରେ ସଂପୃକ୍ତ ବଡ ବଡ ନେତା ୭୩୦ କୋଟି ଟଙ୍କାର ଘୋଟାଲା କରିଛନ୍ତି । ଯାହାକୁକି ଖୋଳତାଡ କରୁଛି ଇଡି ।

   Related Posts