ଇକ୍ୱେଡର ଜେଲରେ ବନ୍ଦୀଙ୍କ ଗୋଷ୍ଠୀ ସଂଘର୍ଷ, ୬୮ କୈଦୀ ମୃତ, ୨୫ ଆହତ

Published By : Prameya-News7 Bureau | November 14, 2021 IST

କ୍ୱିଟୋ : ଇକ୍ୱେଡରର ଉପକୂଳ ସହର ଗୁଆୟକିଲରେ ଥିବା ସର୍ବ ବୃହତ୍ତ କାରାଗାର ‘ଲିଟେରୋଲ ପେନିଟେନସରୀ’ରେ ଦୁଇ ପ୍ରତିଦ୍ୱନ୍ଦୀ ବନ୍ଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଶନିବାର ଅପରାହ୍ନରେ ହୋଇଥିବା ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଫଳରେ ୬୮ ଜଣ କୈଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଜେଲ ଅଧିକାରୀଙ୍କ ସୂତ୍ରରୁ ରବିବାର ଏହି ସୂଚନା ମିଳିଛି।

{"id":543806,"width":839,"height":1258,"sizeSlug":"large","linkDestination":"none"}

ଅଧିକାରୀଙ୍କ ସୂଚନା ଅନୁସାରେ କାରଗାରରେ ବନ୍ଦୀ ଅନ୍ତର୍ଜାତୀୟ ନିଶା ତସ୍କରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଶନିବାର ଭୋର ବେଳକୁ କୈଦୀଙ୍କ ସଂଘର୍ଷ ଶେଷ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଗୁଆସ୍ ପ୍ରୋଭିନ୍ସ ଗଭର୍ଣ୍ଣର ପାବ୍ଲୋ ଅରୋସେମେନା ଏକ ବିବୃତ୍ତିରେ କୈଦୀଙ୍କ ପ୍ରାରମ୍ଭିକ ସଂଘର୍ଷ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା। ଗୋଟିଏ ଗୋଷ୍ଠୀ ବନ୍ଦୀ ୨ ନମ୍ବର ପ୍ୟାଭଲିୟନକୁ ଯିବା ଲାଗି ଡିନାମାଇଟରେ କାନ୍ଥ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଅରୋସେମେନ କହିଛନ୍ତି ଯେ ଆମେ ନିଶା ବିରୋଧରେ ଲଢେଇ କରୁଛେ। ଏଥିରେ ଜେଲରେ ନିଶା ତସ୍କରଙ୍କ କାଣ୍ଡ ବାସ୍ତବିକ ନିରାଶାଜନକ।

{"id":543807,"sizeSlug":"full","linkDestination":"none"}

ରାଷ୍ଟ୍ରପତିଙ୍କ ମୁଖପାତ୍ର କାର୍ଲୋସ୍ ଜିଜୋନ ଲିଟୋରଲ ପେନିଟେନସରୀର ଘଟଣା ସମ୍ପର୍କରେ ସୂଚନା ମିଳିଥିବା କହିଛନ୍ତି। ଜେଲରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ୭୦୦ ପୋଲିସ କର୍ମଚାରୀଙ୍କ ଏକ ଦଳ ଜେଲରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଜେଲର ୧୨ ନମ୍ବର ହଲରେ ରହୁଥିବା କୈଦୀମାନେ ୭ ନମ୍ବର ହଲର କୈଦୀଙ୍କ ଉପରେ ଆକ୍ରମଣ କରିଥିବାର ମୁଖପାତ୍ର କହିଛନ୍ତି। ଲିଟୋରେଲ ଜେଲରେ ବନ୍ଦୀଙ୍କ ସଂଘର୍ଷ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ ଏଠାରେ ବନ୍ଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଫଳରେ ୧୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଜେଲରେ ଏବେ ୮ ହଜାର କୈଦୀ ବନ୍ଦୀ  ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.