କେଉଁଠି ପରମ ଶିବ, କେଉଁଠି ତାଙ୍କ କୈଳାସ ? ଅଗଷ୍ଟ ମାସରୁ ଇକ୍ୟୁଏଡରରୁ ପଳାଇଯାଇଛନ୍ତି ପଳାତକ ନିତ୍ୟାନନ୍ଦ

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧/୧୨: ପଳାତକ ଘୋଷିତ ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଏବେ କେଉଁଠି? ନିଜକୁ ପରମ ଶିବ ଏବଂ କୈଳାସ ନାମକ ଏକ ସ୍ବତନ୍ତ୍ର ହିନ୍ଦୁ ରାଷ୍ଟ୍ର ଗଠନର ଦାବିରଖିଥିବା ବାବା ନିତ୍ୟାନନ୍ଦ ଏବେ ସେଠାରେ ନାହାନ୍ତି। ଏବେ ନୁହେଁ ୪ମାସ ତଳୁ ସେ ସେଠାରେ ଗାୟବ। ଇକ୍ୟୁଏଡର ସରକାର ଏହି ସୂଚନା ଦେଇଛନ୍ତି। ସରକାରୀଭାବେ ଜାରି ବିବୃତ୍ତିରେ ଇକ୍ୟୁଏଡର ସରକାର ସ୍ପଷ୍ଟ କରିଛନ୍ତି ଯେ ଗତ ଅଗଷ୍ଟ ମାସରୁ ସେଠାରେ ନାହାନ୍ତି ନିତ୍ୟାନନ୍ଦ। ସେ ସେଠାରୁ କେଉଁଆଡ଼େ ଚାଲି ଯାଇଛନ୍ତି।  

{"id":196378,"sizeSlug":"large"}

ଇକ୍ୟୁଏଡର ସରକାର କହିଛନ୍ତି ଯେ - ‘ଇକ୍ୟୁଏଡର ଏକ ସ୍ବାଧୀନ ରାଷ୍ଟ୍ର। ଏଠାରେ କେହି ଦ୍ବୀପ ଗଠନ କରି ସ୍ବାଧୀନ ସରକାର ଚଳାଇପାରିବ ନାହିଁ। ତେବେ ନିତ୍ୟାନନ୍ଦ ଗଲେ କେଉଁଠି ?

{"id":196380,"sizeSlug":"large"}

କିନ୍ତୁ କିଛି ଦିନ ତଳେ ନିତ୍ୟାନନ୍ଦ ଏକ ଅଜ୍ଞାତ ସ୍ଥାନରୁ ଭିଡିଓ ଜାରି କରିଥିଲେ। ଏହା କେଉଁ ସ୍ଥାନ ଜଣା ପଡ଼ିନାହିଁ। କିନ୍ତୁ ଶୁଣିବାକୁ ମିଳୁଛି ଯେ ସେ ହାଇତି କିମ୍ବା ଓ୍ବେଷ୍ଟଇଣ୍ଡିଜରେ ଅଛନ୍ତି।

{"id":196381,"sizeSlug":"large"}

ଏପଟେ ନିତ୍ୟାନନ୍ଦଙ୍କ ଆଶ୍ରମରୁ ନିଖୋଜ ଥିବା ୨ଯୁବତୀ ଆମେରିକା କିମ୍ବା ଓ୍ବେଷ୍ଟଇଣ୍ଡିଜରୁ କନଫରେନ୍ସ ଯୋଗେ କୋର୍ଟରେ ହାଜର ହେବା କଥା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.