ଆସନ୍ତା ଆର୍ଥିକ ବର୍ଷରେ ବାଉନ୍ସ ବ୍ୟାକ୍ କରିବ ଦେଶର ଅର୍ଥନୀତି: ଏସବିଆଇ ଚେୟାରମ୍ୟାନ୍

Published By : Prameya-News7 Bureau | November 07, 2020 IST

କୋଲକାତା ୭।୧୧: କୋଭିଡ-୧୯ ମହାମାରୀ ଲାଗି ବୁଡିଯାଇଥିବା ଭାରତୀୟ ଅର୍ଥନୀତି ଆସନ୍ତା ଆର୍ଥିକ ବର୍ଷରେ ବାଉନ୍ସବ୍ୟାକ୍‌ କରିବ। ଏହା କହିଛନ୍ତି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଚେୟାରମ୍ୟାନ୍‌ ଦିନେଶ କୁମାର ଖାରା। ଶନିବାର ବେଙ୍ଗଲ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

{"id":357952,"sizeSlug":"large"}

କେବଳ ଦ୍ରୁତ ଗତିଶୀଳ ହେବନି ବରଂ ଭିତ୍ତିଭୂମି ସୁଧାର ସହ ଭାରତୀୟ ଅର୍ଥନୀତି ଅଧିକ ପରିପକ୍ୱ ହେବ ବୋଲି ମଧ୍ୟ ଖାରା ଆଶାବ୍ୟକ୍ତ କରିଛନ୍ତି। କାରଣ ଆର୍ଥିକ ୟୁନିଟ୍ସ ଏବେ ନିବେଶ ନିୟନ୍ତ୍ରଣ ଶିଖୁଥିବା ସେ କହିଛନ୍ତି। ଏଣୁ ଏପ୍ରିଲ ୨୦୨୧ରୁ ଅର୍ଥବ୍ୟବସ୍ଥା ପୁଣି ଥରେ ରାସ୍ତାକୁ ଚାଲିଆସିବ। ଆର୍ଥିକ ୟୁନିଟ୍‌ରେ ପରିବର୍ତ୍ତନ ହୁଏତ ସ୍ୱଳ୍ପକାଳୀକ ହୋଇପାରେ ହେଲେ ଏଥିରେ କିଛି ପରିବର୍ତ୍ତନ ସ୍ଥାୟୀ ହେବ।

{"id":357953,"sizeSlug":"large"}

ଖାରା କହିଛନ୍ତି ଯେ ହ୍ରାସ ସମୟରେ ବାହାରକୁ ଆସିବା ଲାଗି ଅର୍ଥବ୍ୟବସ୍ଥାରେ ନମନୀୟ ରୂପ ଦେଖାଯାଇଛି। ଏଣୁ ଜାରି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ସୁଧା କିଛି ସକରାତ୍ମକ ସଂକେତ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଏହି ଅବଧିରେ କମ୍ପାନୀମାନଙ୍କ କ୍ଷମତାର ୬୯ ପ୍ରତିଶତ ପର୍ଯ୍ୟନ୍ତ ଉପଯୋଗୀ ଥିଲା।  ହେଲେ କର୍ପୋରେଟ କ୍ଷେତ୍ରରେ ନିବେଶ ଚାହିଦା ଲାଗି ଆମକୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି।

{"id":357954,"width":579,"height":434,"sizeSlug":"large"}

ସେପଟେ କର୍ପୋରେଟ କ୍ଷେତ୍ର ଏବେ ଋଣକୁ ନେଇ ଖୁବ୍ ସଚେତନ ଥିବା ମନେ ହେଉଛି । କାରଣ କ୍ଷେତ୍ର ଏବେ ନିଜ ଅନ୍ତରୀଣ ସଂଶାଧନର ଉପଯୋଗ କରୁଛି। ଦେଶର  ଅର୍ଥ ବ୍ୟବସ୍ଥାର ମୁଖ୍ୟ କ୍ଷେତ୍ର ସିମେଣ୍ଟ ଓ ଷ୍ଟିଲର ପ୍ରଦର୍ଶନ ଏପ୍ରିଲ ୨୦୨୦ ପରେ ବି ଯଥାବତ ଥିବା ଦେଖାଯାଇଛି। ତେବେ ହୋଟେଲ ଓ ଟୁରିଜିମ ଉଦ୍ୟୋଗ ଉପରେ କୋଭିଡର ସବୁଠାରୁ ଖରାପ ପ୍ରଭାବ ପଡିଥିବା ଖାରା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.