Lockdownରେ ସରକାରଙ୍କୁ ରଘୁରାମ ରାଜନ, ଅମର୍ତ୍ତ୍ୟସେନ୍ ଓ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ-ଚାଷୀଙ୍କ ଭଳି ଶ୍ରମିକଙ୍କୁ ମିଳୁ କ୍ୟାସ୍ ବେନିଫିଟ୍

Published By : Prameya-News7 Bureau | April 17, 2020 IST

କରୋନା ଲକଡାଉନ ଯୋଗୁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି। ଫଳରେ ଦେଶର ଦୈନିକ ଆର୍ଥିକ କ୍ଷତି ପରିମାଣ ବଢିବଢି ଚାଲିଛି। ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଆୟକୁ ନେଇ ସରକାର ଚିନ୍ତାରେ ପଡିଛନ୍ତି। ଏଥିରେ କରୋନା ସଂକଟ ମଧ୍ୟ ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ଦେଶର ଏପରି ପରିସ୍ଥିତିରେ ଭାରତୀୟ ରିଜର୍ବବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ଓ ଅଭିଜିତ ବାନାର୍ଜୀଙ୍କ ଏକ ସ୍ତମ୍ବ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଯେଉଁଥିରେ ଅର୍ଥଶାସ୍ତ୍ରୀମାନେ ଦେଶର ଅର୍ଥନୀତି, ଆୟ ଓ ଲୋକଙ୍କ ନିଯୁକ୍ତିକୁ ନେଇ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡିଛି।

{"id":255499,"sizeSlug":"large"}

ଏଥିରେ ଅର୍ଥନୀତିଜ୍ଞମାନେ ଉପୁଜିଥିବା ମହାମାରୀରେ ସରକାରଙ୍କୁ ବୁଝି ବିଚାରୀ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି  ଦେଶରେ ଏପରି ବି ଲୋକେ ଅଛନ୍ତି ଯେଉଁମାନେ ସରକାରୀ ସହୟତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ସେମାନଙ୍କ ସହାୟତା ବନ୍ଦ ନକରିବାକୁ କହିଛନ୍ତି। ଏହା ଛଡା କେତେକ କ୍ଷେତ୍ର ଓ ବିଶାଳ ସମୂଦାୟ ଲାଗି ଏବେ ତତ୍କାଳ ସହାୟତା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି।

ଲକଡାଉନ ଦେଶରେ ସବୁକିଛି ବନ୍ଦ କରିଦେଇଛି। ହଜାର ହଜାର ଲୋକେ କର୍ମସଂସ୍ଥାନ ହରାଇଥିବା ବେଳେ ବେକାରୀ ବଡ ସମସ୍ୟା ହୋଇ ଉଭା ହୋଇଛି। ଏଣୁ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଅର୍ଥଶାସ୍ତ୍ରୀମାନେ ପରିବର୍ତ୍ତନର ପରାମର୍ଶ ଦେଇଥିବା ବେଳେ ଲକଡାଉନ ଭାଙ୍ଗୁଥିବା ଲୋକଙ୍କ ପରିସ୍ଥିତିକୁ ବୁଝି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

{"id":255505,"width":580,"height":383,"sizeSlug":"large"}

ଭାରତୀୟ ଖାଦ୍ୟନିଗମ (ଏଫସିଆଇ) ନିକଟରେ ପ୍ରଚୁର ମହଜୁଦ ରହିଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ଏଫସିଆଇଙ୍କ ଷ୍ଟକ୍ ୭ କୋଟି ଟନ୍ ଥିଲା। ବଫର ଷ୍ଟକ ତୁଳନାରେ ଏହା ୩ ଗୁଣାରୁ ବି ଅଧିକ। ଏଣୁ  ସରକାର ଗରିବଙ୍କ ପର୍ଯ୍ୟନ୍ତ ଖାଦ୍ୟାନ୍ନ ପହଞ୍ଚାଇବା ଏବେ ସମୟର ସବୁଠୁ ବଡ ପ୍ରାଥମିକତା ବୋଲି କହିଛନ୍ତି। ସେପଟେ କୃଷି ବଜାର ଲାଗି ସଂକଟ ଉପୁଜିଥିବା ସରକାର ଜାଣି ଯିବେଣି। ଏଣୁ ଚାଷୀଙ୍କ ଠାରୁ ଷ୍ଟକ୍ କ୍ରୟ କରିବା ସରକାରଙ୍କ ଲାଗି ସବୁଠୁ ବୁଦ୍ଧିମାନର କାମ। ଜାତୀୟ ଜରୁରିକାଳୀନ ପରିସ୍ଥିତିରେ ପୁରୁଣା ଷ୍ଟକ୍ ଶେଷ କରିବା ସରକାରଙ୍କ ପ୍ରଥମ କାମ। ସରକାର ଏ ଦିଗରେ କାମ ଆରମ୍ଭ କରିସାରିଥିବେ ବୋଲି ଅର୍ଥନୀତିଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି।

{"id":255507,"sizeSlug":"large"}

ଅର୍ଥଶାସ୍ତ୍ରୀମାନେ ଦେଶରେ ଗରିବଙ୍କ ସହାୟତା ଲାଗି ଆସନ୍ତା ୩ ମାସ ପର୍ଯ୍ୟନ୍ତ ପ୍ରତି ବ୍ୟକ୍ତି ୫କେଜି ଖାଦ୍ୟଶଶ୍ୟ ସୁନିଶ୍ଚିତ କରିଛନ୍ତି। ତେବେ ଏଥିଲାଗି ନିର୍ଦ୍ଧାରିତ ସମୟସୀମାକୁ ଅଧିକ ୩ ମାସ ବୃଦ୍ଧି ଉପରେ ଗୁରୁତ୍ୱଦେଇଛନ୍ତି। ଏହା ଛଡା ସରକାର ଗରିବଙ୍କ ହାତକୁ ନଗଦ ଲାଗି ଜନଧନ ଯୋଜନା ଆକାଉଣ୍ଟ ଓ ରେସନ କାର୍ଡ ଜରିଆରେ ବ୍ୟବସ୍ଥା ହାତକୁ ନେଇଛନ୍ତି। ତେବେ ଏତିକି ଯଥେଷ୍ଟ ନୁହେଁ। ସରକାରଙ୍କୁ ଏବେ ଜନଧନଯୋଜନା ଆକାଉଣ୍ଟରୁ ଉପରକୁ ଉଠି କିଛି ନିଷ୍ପତ୍ତି ନେବାକୁ ହେବ। ଏନେଇ ସେମାନେ ଝାରଖଣ୍ଡର ଉଦାହରଣ ଦେଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜନଧନ ଆକାଉଣ୍ଟ ନଥିବା ବେଳେ ରେସନ କାର୍ଡ ମଧ୍ୟ କରାଇପାରିନାହାନ୍ତି।

{"id":255508,"sizeSlug":"large"}

ଏବେ ଦେଶରେ ଲକଡାଉନ୍ ଯୋଗୁ ସବୁ ସ୍କୁଲ ବନ୍ଦ ରହିଛି। ତେବେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସେମାନଙ୍କ ଘରେ ପହଞ୍ଚାଇବାକୁ ହେବ। ପ୍ରବାସୀ ଶ୍ରମିକ ଓ ଘରଠୁ ଦୂରରେ ରହୁଥିବା ଲୋକଙ୍କ ଲାଗି ସାର୍ବଜନିକ କ୍ୟାଣ୍ଟିନର ବ୍ୟବସ୍ଥା କରିବା ଉପରେ ଅର୍ଥଶାସ୍ତ୍ରୀମାନେ ଗୁରୁତ୍ୱ ଦେଇଛନ୍ତି। ସରକାର ଏବେ ସେହି ଶ୍ରମିକଙ୍କୁ ତୁରନ୍ତ କ୍ୟାସ୍ ଟ୍ରାନ୍ସଫର କରିବା ଦରକାର ଯେଉଁମାନଙ୍କ ଆୟର ସ୍ରୋତ ଲକଡାଉନ୍ ହଟିବା ପରେ ବି ସ୍ୱଭାବିକ ହୋଇ ନ ପାରେ। ଏଣୁ ଚାଷୀଙ୍କ ସହିତ ଶ୍ରମିକଙ୍କୁ ମଧ୍ୟ କ୍ୟାସ୍‌ ବେନିଫିଟ୍ ପ୍ରଦାନ ଲାଗି ସେମାନେ ପରାମର୍ଶଦେଇଛନ୍ତି।

{"id":255509,"sizeSlug":"large"}

ଦେଶରେ ରବିଫସଲ ଅମଳ ସରିଲାଣି। ଏବେ ସରକାରମାନେ ଚାଷୀଙ୍କ ଠାରୁ ଫସଲ କିଣିବାକୁ ତତ୍ପରତା ପ୍ରକାଶ କରିବା ଦରକାର । କାରଣ ଚାଷୀମାନେ ଆଗାମୀ ଫସଲ ଲାଗି ଅର୍ଥ ଓ ସାର ସଂଗ୍ରହ କରିବେ। ସେହିପରି ବ୍ୟବସାୟୀମାନେ କିପରି ନିଜର ଷ୍ଟକ ପୂରଣ କରିବେ ତାହା ଚିନ୍ତା କରିବାକୁ ଥିବା ବେଳେ ଅନେକ ଲୋକଙ୍କୁ ସେମାନଙ୍କ ପୁରୁଣା ଲୋନ କିପରି ସୁଝିବେ ସେ ନେଇ ଏବେ ଚିନ୍ତା କରିବାର ସମୟ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.