Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତର ଚିର ଶତ୍ରୁ ପାଲଟି ଯାଇଛି ପାକିସ୍ତାନ, ହେଲେ ଭାରତ ପାକିସ୍ତାନଠୁ କେତେ ଅଧିକ ଧନୀ ଜାଣନ୍ତୁ

16/08/2019 at 4:40 PM

ଭାରତ-ପାକିସ୍ତାନର ସମ୍ପର୍କ ବିଷୟରେ ସମଗ୍ର ବିଶ୍ବ ଜାଣିଛି। ଦେଶର ବିଭାଜନ ପରଠୁ ଶାନ୍ତି ପରିବେଶ ବହୁତ କମ ସମୟ ଦେଖିବାକୁ ମିଳିଛି। ୧୯୪୭ ମସିହାରେ ସ୍ବାଦୀନତା ପ୍ରାପ୍ତି ପରେ ପରେ ଏହି ୨ଟି ଦେଶ ମଧ୍ୟରେ ଯୁଦ୍ଧ ହୋଇସାରିଛି। ଆଜି ଯାଏଁ ଭାରତ ଓ ପାକିସ୍ତାନ ମଧ୍ୟରେ ୪ଥର ଯୁଦ୍ଧ ହୋଇସାରିଲାଣି। ଏହା ବ୍ୟତୀତ ଅନେକ ଥର ଛାୟା ଯୁଦ୍ଧ ମଧ୍ୟ ହୋଇଛି ।

ହେଲେ ଉଭୟ ଦେଶ ମଧ୍ୟରେ ଟକ୍କର ଥମିବାର ନା ନେଉ ନାହିଁ ବରଂ ବଢିବାରେ ଲାଗିଛି। ପ୍ରତ୍ୟେକ ଥର ଯୁଦ୍ଧରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ ଓ ଭାରତ ନିଜ ଦେଶର ରକ୍ଷା ନିମନ୍ତେ ଅସ୍ତ୍ର ଧରି ଯୁଦ୍ଧର ମୁକାବିଲା କରେ। ହେଲେ ପାକ୍‌ର ଷଡଯନ୍ତ୍ର ଆଜି ପର୍ଯ୍ୟନ୍ତ କେବେ ସଫଳ ହୋଇନାହିଁ। ଭାରତୀୟ ସେନା ସବୁବେଳେ ପାକ୍‌ ସେନାମାନଙ୍କୁ କଡା ଜବାବ ଦିଅନ୍ତି ଓ ପାକ୍‌କୁ ପରାସ୍ତ କରନ୍ତି।

ଭାରତ ପାକିସ୍ତାନ ତୁଳନାରେ ବହୁତ ବଡ ଦେଶ। ଏହା ପରେ ମଧ୍ୟ ସ୍ବାଧୀନତା ପରେ ଉଭୟ ଦେଶର ଜିଡିପିରେ ଅଧିକ ପାର୍ଥକ୍ୟ ନଥିଲା। ଏମିତିରେ ୨ ଦେଶର ରକ୍ଷା ବଜେଟ୍‌ ପାଖାପାଖି ସମାନ ଥିଲା। ତେବେ ଭାରତ ଓ ପାକ୍‌ର ଆର୍ଥିକ ସ୍ଥିତି ମଧ୍ୟରେ ଆସିଛି ଆକାଶ ପାତାଳର ଫରକ । ଆସନ୍ତୁ ଦୁଇ ଦେଶର ଆର୍ଥିକ ସ୍ଥିତି ଉପରେ ପକାଇବା ନଜର:

ଭାରତର ଜିଡିପି- ୨,୯୫୭ ବିଲିୟନ ଡଲାର

ପାକିସ୍ତାନ ଜିଡିପି- ୨୯୮ ବିଲିୟନ ଡଲାର

ଚିତ୍ର କହୁଛି ଆର୍ଥିକ ସ୍ଥିତିରେ ପାକ୍ ଭାରତଠୁ ବହୁତ ପଛରେ ଅଛି। ଆର୍ଥିକସ୍ଥିତିରେ ଭାରତ ବିଶ୍ବର ୫ ନମ୍ବର ସ୍ଥାନରେ ଓ ପାକ୍‌ ୪୩ ସ୍ଥାନରେ ଅଛି। ପାକିସ୍ତାନର ଆର୍ଥିକସ୍ଥିତି ଭାରତ ଦେଶର ମହାରାଷ୍ଟ୍ର ରାଜ୍ୟଠୁ ମଧ୍ୟ କମ ଅଛି। ମହାରାଷ୍ଟ୍ରର ଜିଡିପି ୩୯୦ ବିଲିୟନ ଡଲାର।

 ଅନ୍ୟ ଦେଶକୁ ଧ୍ବଂଶ କରିବା ପାଇଁ ସବୁବେଳେ ଉଦ୍ୟମ କରୁଥିବା ପାକିସ୍ତାନ କେବେ ନିଜ ଦେଶ ଅବସ୍ଥା ଉପରେ ଧ୍ୟାନ ନାହିଁ । ପାକ୍‌ର ଆର୍ଥିକ ଅବସ୍ଥା ବାଙ୍ଗଲାଦେଶଠୁ ମଧ୍ୟ ଖରାପ ଅଛି। ପାକିସ୍ତାନରର ଭୌଗଳିକ ସ୍ଥିତି ପାଇଁ ଆମେରିକା ତାକୁ ଅସ୍ତ୍ରଭଳି ବ୍ୟବହାର କରୁଛି। ରୂଷ, ଆଫଗାନିସ୍ତାନକୁ କଣ୍ଟ୍ରୋଲ କରିବା ପାଇଁ ଓ ଚୀନ ସମୂଦ୍ର ଯାଏଁ ରାସ୍ତା ପାଇବା ପାଇଁ ଆମେରିକା ପାକ୍‌ର ବ୍ୟବହାର କରିଥାଏ। ଏହି କାରଣ ଯୋଗୁଁ ପାକିସ୍ତାନ ସବୁବେଳେ ଆମେରିକାର ବଚସ୍କର ହୋଇ ରହିଛି। ପାକିସ୍ତାନର ଆର୍ଥିକ ସ୍ଥିତି ଯଦି ଦିନକୁ ଦିନ ଏଭଳି ବିଗିଡିବାରେ ଲାଗେ ତାହେଲେ ଭୁଟାନ୍‌ ଭଳି ପାକ୍‌ ମଧ୍ୟ ଏକ ଗରିବ ଦେଶ ହୋଇଯିବ।     



   Related Posts