ଅର୍ଥନୈତିକ ସର୍ଭ ରିପୋର୍ଟ: ସାରା ଦେଶରେ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ
4/07/2019 at 4:47 PM

ନୂଆଦିଲ୍ଲୀ୪|୭: ୨୦୧୯-୨୦ଆର୍ଥିକ ବର୍ଷ ପାଇଁ ଆସନ୍ତାକାଲି ସଂସଦରେ ବଜେଟ୍ ଉପସ୍ଥାପନ ହେବ । ତା ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଛି ୨୦୧୯ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ୭ପ୍ରତିଶତ ଅଭିବୃଦ୍ଧି ହାସଲ ସମ୍ଭବ ହୋଇପାରିବ । ଏହାସହ ଭାରତର ଅର୍ଥନୀତ କିଭଳି ୨୦୨୫ସୁଦ୍ଧା ୫ଟ୍ରିଲିୟନ୍ ଡଲାର ଟପି ପାରିବ ସେନେଇ ଯୋଜନା ହୋଇଛି ।
ଆସନ୍ତା କାଲି ସଂସଦରେ ଉପସ୍ଥାପିତ ହେବ ୨୦୧୯-୨୦ ପାଇଁ ସାଧାରଣ ବଜେଟ୍ । ତା ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୧୯ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୧୯-୨୦ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ୭ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ଏହାସହ ଭାରତୀୟ ଅର୍ଥନୀତି ୨୦୨୫ସୁଦ୍ଧା ୫ଟ୍ରିଲିୟନ୍ ଡଲାର ଟପିବ ସେନେଇ ଯୋଜନା ମାନ ପ୍ରସ୍ତୁତି ହୋଇଛି । ଚଳିତ ଅର୍ଥନୈତିକ ସର୍ଭେରେ ଖାଦ୍ୟଶସ୍ୟ ଉତ୍ପାଦନ ୨୮୩.୪ ମିଲିୟନ ଟନ୍, ଆମଦାନୀ କ୍ଷେତ୍ରରେ ୧୫.୪ପ୍ରତିଶତ,ରପ୍ତାନୀ କ୍ଷେତ୍ରରେ ୧୨.୫ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ବିଦେଶ ପୁଞ୍ଜି ନିବେଶ ବା ଏଫଡିଆଇକୁ ଅଧିକ ପ୍ରୋତ୍ସାହନ ଦେବାକୁ ଅର୍ଥନୈତିକ ସର୍ଭେରେ କୁହାଯାଇଛି । ସେହିପରି ବିତ୍ତିୟ ନିୟଣ୍ଟ ଯାହାକି ୨୦୧୮ଆର୍ଥିକ ବର୍ଷରେ ରେ ୬.୪ପ୍ରତିଶତ ଥିଲା ଚଳିତ ବର୍ଷ ଏହା ୫.୮କୁ ହ୍ରାସ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି ।
ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ୨୦୧୮ରୁ ବୃଦ୍ଧି ପାଉଥିବାରୁ ଏହା ଦେଶର ଅଭିବୃଦ୍ଧିପାଇଁ ଶୁଭଙ୍କର । ତେବେ ସାରା ଦେଶରେ ଏକ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଆରମ୍ଭ କରିବାକୁ ଅର୍ଥନୈତିକ ସର୍ଭେରେ ପ୍ରସ୍ତାବ ଦିଆଯାଇଛି । ୨୦୧୯-୨୦ବର୍ଷରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅଧିକ ହ୍ରାସ ସମ୍ଭାବନା ରହିଛି । ଯାହାକି ଦେଶର ବିତ୍ତିୟ ସମାନତା ଓ ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହୋଇପାରିବ ।
ଦେଶ ପାଇଁ ଏକ ସନ୍ତୁଳିତ ବଜେଟ୍ ପ୍ରସ୍ତୁତି ପାଇଁ ପୂରା ଟିମ୍ କୁ ବହୁ କଷ୍ଟ କରିବାକୁ ପଡିଛି ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଠା କେ ସୁବ୍ରମନିୟନ୍ ଟ୍ବିଟ୍ କରି କହିଛନ୍ତି । ୨୦୨୫ସୁଦ୍ଧା ଦେଶର ଅର୍ଥନୀତି ୫ଟ୍ରିଲିୟନ୍ ଟପିବ ବୋଲି ଯାହା ଆକଳନ କରାଯାଉଛି ଏହି ଟାର୍ଗେଟ୍ରେ ପହଞ୍ଚିବା ପାଇଁ ଆମକୁ ପ୍ରତି ଆର୍ଥିକ ବର୍ଷରେ ୮ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ତେବେ ବିରୋଧୀ ମାନେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ସମାଲୋଚନା କରିଛନ୍ତି ।
ବିଜେଡି ପକ୍ଷରୁ କୁହାଯାଇଛି ଯେ ଅର୍ଥନୈତିକ ସର୍ଭେରେ ଆକଳନ କରାଯାଇଥିବା ଜିଡିପି ଉପରେ ଭରଷା ନାହିଁ । କୃଷିପ୍ରତି କୌଣସି ଆଶାଜନକ ତଥ୍ୟ ଉପସ୍ଥାପିତ ହୋଇନି । ଆରଜେଡି ମୁଖପାତ୍ର ମନୋଜ ଝା କହିଛନ୍ତି ଯେ ଦେଶର ବାସ୍ତବ ଚିତ୍ରକୁ ଅର୍ଥନୈତିକ ସର୍ଭେରେ ଅଣଦେଖା କରାଯାଇଛି । ମୋଟ ଜନସଂଖ୍ୟାର ଅଧିକାଂଶ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପାଇଁ କିଛିବି ଯୋଜନା ହୋଇନି । ବିଶେଷ ଭାଦେ ବେକାରୀ ଦୁରିକରଣ ପାଇଁ କୌଣସି ଦିର୍ଘସୁତ୍ରୀ ଯୋଜନା ନଥିବା ବିରୋଧୀ ସମାଲୋଚନା କରିଛନ୍ତି ।
ଅର୍ଥନୈତିକ ସର୍ଭେରେ ସରକାରଙ୍କ ଆକଳନ ଓ ଅଭିବୃଦ୍ଧିର ଗୋଲାପି ଚିତ୍ର ବାସ୍ତବତାରେ କେତେ ପ୍ରତିଫଳନ ହେଉଛି ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।