ବଜେଟ୍ ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, କମିଛି ରାଜ୍ୟର ଅଭିବୃଦ୍ଧି ହାର

Published By : Prameya-News7 Bureau | February 17, 2020 IST

 ଭୁବନେଶ୍ବର ୧୭।୦୨ - ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ ହ୍ରାସ ପାଇବା ଆଶଙ୍କା । ରାଜ୍ୟ ବଜେଟ ଆଗତର ଦିନକ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟ ଅନୁଯାୟୀ ୨୦୧୯-୨୦ ରେ ମୁଣ୍ଡପିଛା ଆୟ ବଢିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ମୁଣ୍ଡ ପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କାକୁ ଛୁଇଁବ ।

{"id":225479,"sizeSlug":"large"}

 ମଙ୍ଗଳବାର (ଆସନ୍ତାକାଲି) ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବଜେଟ ଆଗତ କରିବେ । ଏହାର ଦିନକ ପୂର୍ବରୁ ରାଜ୍ୟ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଏହି ରିପୋର୍ଟ ଭିତ୍ତିରେ ତଥା ଆଗ୍ରୀମ ଆକଳନ ଅନୁଯାୟୀ ୨୦୧୯-୨୦ରେ  ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ରାଜ୍ୟର ମୋଟ ଘରୋଇ ଉତ୍ପାଦର ୬.୧୬ ପ୍ରତିଶତ ରହିବ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ଅପେକ୍ଷା ଢେର କମ୍ । କାରଣ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିଲା । ତେବେ ଅଭିବୃଦ୍ଧି ହାର ହ୍ରାସର କାରଣ ଭାବେ, ବତ୍ୟା ପ୍ରଭାବରେ କୃଷି ଉତ୍ପାଦନ ହ୍ରାସ ଏବଂ ଖଣିଜ ତଥା  ଶିଳ୍ପ ଉତ୍ପଦନ ହ୍ରାସ ଆର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରିଥିବା କହୁଛି ଅର୍ଥନୈତିକ ସର୍ଭେ ରିପୋର୍ଟ ।

{"id":225480,"sizeSlug":"large"}

 ୨୦୧୯-୨୦ ରେ ଅର୍ଥନୈତିକ ଅଭିବୃଦ୍ଧି  ହ୍ରାସ ଆକଳନ କରାଯାଉଥିବା ବେଳେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଦି ହାର ୭.୬୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି । ରାଜ୍ୟ ଅର୍ଥନୀତିକୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ସବୁଠୁ ବେଶି ଅବଦାନ ରହୁଥିବା ବେଳେ ଏହା ଅଭିବୃଦ୍ଧିକୁ ପ୍ରଭାବିତ କରିବ । ସେହିପରି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୪.୮୮ ପ୍ରତିଶତ ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୮୪ ପ୍ରତିଶତ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । 

{"id":225481,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.