Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆଫଗାନିସ୍ତାନକୁ ବଳେଇ ଗଲାଣି ଇମ୍ରାନଙ୍କ ଦେଶର ଅବସ୍ଥା, କେତେବେଳେ ବି ଖଣ୍ଡବିଖଣ୍ଡିତ ହୋଇପାରେ ପାକିସ୍ତାନ !

8/12/2021 at 7:40 PM

ଲାହୋର ୮।୧୨: ନିକଟରେ ସର୍ବିଆସ୍ଥିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କୁ ୩ ମାସର ଦରମା ମିଳି ନଥିବାର ଖବର ସାରା ବିଶ୍ୱରେ ଚହଳ ପକାଇଥିଲା। ଦୂତାବାସ କର୍ମଚାରୀ ପିଲାର ସ୍କୁଲ ଫିସ ଦେଇ ନପାରିବାରୁ ତାକୁ ସ୍କୁଲରୁ କାଢି ଦିଆଯାଇଥିବାର ଟ୍ୱିଟ୍‌ କରିଥିଲେ। ଏଥିରୁ ପାକିସ୍ତାନ ଏବେ କିପରି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି ତାହା ପଦାରେ ପଡି ଯାଇଛି। ପଡୋଶୀ ଆଫଗାନିସ୍ତାନ ଲାଗି ନିଜର ଭଣ୍ଡାର ଖୋଲିଦେଇଥିବା ପାକିସ୍ତାନ ଏବେ ନିଜେ କାଙ୍ଗାଳ ହୋଇଯାଇଥିବା ବେଳେ କେତେବେଳେ ଖଣ୍ଡଖଣ୍ଡ ହୋଇ ନଯିବ ତାହା କହି ହେଉ ନାହିଁ। 

ନିଜ କୃତକର୍ମର ଦଣ୍ଡ ଭୋଗିବାକୁ ହୁଏତ ଭୂଗୋଳରେ ପାକିସ୍ତାନ ଏପର୍ଯ୍ୟନ୍ତ ଏକ ଦେଶ ହୋଇ ରହିଛି। ନଚେତ ପଡୋଶୀ ଆଫଗାନିସ୍ତାନ ମୁଦ୍ରାର ମୂଲ୍ୟଠାରୁ ପାକିସ୍ତାନୀ ‘ରୂପୟା’ ମୂଲ୍ୟ ହ୍ରାସ ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ଏହା ଆଉ ଦେଶ ହୋଇ ରହିବା କଥା ନୁହେଁ। ୧୦ ବର୍ଷ ପୂର୍ବେ ପାକିସ୍ତାନ ଉପରେ ବିଶ୍ୱର ୬ ଟ୍ରିଲିୟନ ଡଲାର ଋଣ ଥିଲା। ଯାହା ଏବେ ବଢ଼ି ବଢି ୩୦ ଟ୍ରିଲିୟନକୁ ପହଞ୍ଚି ସାରିଥିବା ବେଳେ ସୁଝିବା ଲାଗି ଦେଶକୁ ଆଉ ନିଜ ଗୋଡରେ ଛିଡା ରଖି ନାହାନ୍ତି ଇମ୍ରାନ ଖାନ।  

ପାକିସ୍ତାନ ସରକାରଙ୍କ ତହବିଲରେ ଟଙ୍କା ନାହିଁ, ସେନା ପାଖରେ ଗୋଳାବାରୁଦ ନାହିଁ, ପରିସ୍ଥିତିର ମୁକାବିଲା ଲାଗି ସରକାର ଓ ପ୍ରଶାସନ ମୁଣ୍ଡରେ ବୁଦ୍ଧି ନଥିବା ବେଳେ ଏତେ ସବୁ ଲାଗି ଲୋକଙ୍କ ନିକଟରେ ଆଉ ଧୈର୍ଯ୍ୟ ନାହିଁ। ଦେବାଳିଆ ହୋଇସାରିଥିବା ଇମ୍ରାନ ସରକାର ଏବେ କାୟଦ-ଏ-ଆଜମ( ପାକିସ୍ତାନର ସଂସ୍ଥାପକ) ଜିନ୍ନାଙ୍କ ମୂର୍ତ୍ତିର ଚଷମାକୁ ବି ବଞ୍ଚାଇ ପାରୁନାହାନ୍ତି। ଲୋକେ ମୂର୍ତ୍ତିରୁ ଚଷମା ଚୋରାଇ ନେଉଛନ୍ତି।  ପରମାଣୁ ଶକ୍ତି ବୋଲି ଦାବି କରୁଥିବା ପାକିସ୍ତାନ ଭାରତୀୟ ଉପମହାଦେଶରେ ଏବେ ନେପାଲ, ଭୁଟ୍ଟାନ, ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ମଧ୍ୟ ଜଟିଳ ହୋଇପଡିଛି। 

ଦେଶର ବୃଦ୍ଧି ପାଉଥିବା ମୁଦ୍ରାସ୍ପିତି, ଖାଲି ହେଉଥିବା ବିଦେଶୀ ମୁଦ୍ରାଭଣ୍ଡାର, କରେଣ୍ଟ ଆକାଉଣ୍ଟ ଡେଫିସିଟ ଯୋଗୁ ବଢ଼ୁଥିବା ଚାପରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ଆଫଗାନିସ୍ତାନ ମୁଦ୍ରାଠାରୁ ମଧ୍ୟ ଏବେ କମଜୋର ହୋଇପଡିଛି। ଗତ ନଭେମ୍ବର ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶ ଚଳାଇବାକୁ ସରକାର ପାଖରେ ପଇସା ନଥିବା କହିଥିଲେ। ଏସିଆନ ଡେଭଲପମେଣ୍ଟ ଆଉଟଲୁକ୍ ଅନୁସାରେ ଚଳିତବର୍ଷ ପାକିସ୍ତାନର ମୁଦ୍ରାସ୍ପିତି ୮.୯ ପ୍ରତିଶତକୁ ପହଞ୍ଚିଛି। ଯାହାକି ଏହି କ୍ଷେତ୍ରର ଅନ୍ୟ ୮ ଦେଶଙ୍କ ଠାରୁ ସର୍ବାଧିକ ବୋଲି କୁହାଯାଉଛି। ଏପରି ପରିସ୍ଥିତି ଜାରି ରହିଲେ ପାକିସ୍ତାନ ବିଭାଜନ ସମୟ  ଆଉ ବେଶି ଡେରି ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

   Related Posts