TTPS ବନ୍ଦ ପ୍ରତିବାଦରେ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ, ଅନେକ ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବନ୍ଦ
6/04/2021 at 8:04 AM

ଅନୁଗୁଳ ୦୬।୦୪: TTPS ବନ୍ଦ ପ୍ରତିବାଦରେ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । ଅନେକ ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବନ୍ଦ ହୋଇଛି ।

ଖବର ଅନୁଯାୟୀ, ତାଳଚେର TTPS ବନ୍ଦ ପ୍ରତିବାଦରେ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଛି କ୍ରିୟାନୁଷ୍ଠାନ କମିଟି। ପ୍ରତିବାଦରେ MCL ରୁ NTPC, NALCO ଏବଂ ରାଜ୍ୟ ବାହାରକୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରିଛନ୍ତି। ଶତାଧିକ କର୍ମୀ ତାଳବେଡା ଲେବଲ କ୍ରସିଂ, ଡେରା ଓଭର ବ୍ରିଜ ଏବଂ କର୍ଣ୍ଣପୁର ଲେବଲ କ୍ରସିଂ ଠାରେ ଧାରଣାରେ ବସିଛନ୍ତି। ଫଳରେ ଏହିସବୁ ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବନ୍ଦ ରହିଛି।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021