ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | January 11, 2019 IST

ଅନୁଗୁଳ ୧୧|୧: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ । ୧୬ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁରକ୍ଷା ମଞ୍ଚ । ତାଳଚେର ଏବଂ କଣିହାଁର ସମସ୍ତ କୋଇଲା ଖଣିରୁ ଉତ୍ପାଦନ ଏବଂ ପରିବହନ ବନ୍ଦ କରାଯାଇଛି । ରେଳ ଯୋଗେ କୋଇଲା ପରିବହନ ମଧ୍ୟ ବନ୍ଦ ରହିଛି ।  ଫଳରେ ନାଲକୋ, ଏନଟିପିସି, ଟିଟିପିଏସ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ କୋଇଲା ପରିବହନ ବନ୍ଦ ରହିବ । ଦାବି ମଧ୍ୟରେ ମୁଖ୍ୟତଃ ୨୦୦୬ ବିସ୍ଥାପନ ଏବଂ ଥଇଥାନ ଆଇନକୁ ପାଳନ, ଆରପିଡିଏସିରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରି କରିବା, ତାଳଚେରରେ ଏକ ସ୍ଵତନ୍ତ୍ର କୋଇଲା କମ୍ପାନୀ ଘୋଷଣା କରିବା, ତାଳଚେର ବାଙ୍କଧରାଠାରୁ ବଲହର ଛକ ପର୍ଯ୍ୟନ୍ତ ପ୍ଲାଏ ଓଭର ଏବଂ ପ୍ରଦୂଷଣ ମୁକ୍ତ କରିବା, ତାଳଚେର ମେଡିକାଲ କଲେଜରେ ୨୦୧୯-୨୦ରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଏବଂ ଜମିହରା ବେକାରୀ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଆଦି ଦାବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.