Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ଆଜିଠୁ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ

7/01/2019 at 3:49 PM

ସମ୍ବଲପୁର ୭|୧: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ଆଜିଠୁ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ । କଳକାରଖାନାଗୁଡିକୁ କଞ୍ଚାମାଲ୍‌ ଓ ଖଣିଜଦ୍ରବ୍ୟ ପରିବହନ ବନ୍ଦ ହୋଇଯାଇଛି । ଜାତୀୟ ରାଜପଥ ଉପରେ ଠିଆ ହୋଇରହିଛି ହଜାର ହଜାର ଟ୍ରକ୍‌ । ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦିନକୁ ଦିନ ତେଜିବାରେ ଲାଗିଛି ଆନ୍ଦୋଳନ ।

ପଶ୍ଚିମ ଓଡିଶାର ସମସ୍ତ କଳକାରଖାନାକୁ କଞ୍ଚାମାଲ୍‌ ପରିବହନ ସଂପୂର୍ଣ୍ଣ ଠପ୍ । କୋଇଲା, ଲୁହାପଥର, ମାଙ୍ଗାନିଜ୍‌ ସମେତ ସମସ୍ତ ଖଣିଜଦ୍ରବ୍ୟ ଟ୍ରକ୍‌ରେ ଲୋଡ୍‌ ହୋଇ, ଜାତୀୟ ରାଜପଥ ଉପରେ ଠିଆହୋଇରହିଛି । ସମ୍ବଲପୁରରୁ ଯୁଯୁମରା ପର୍ଯ୍ୟନ୍ତ ରାସ୍ତା ପୁରା ଜାମ୍‌ । ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ତିନିଦିନିଆ ଅର୍ଥନୈତିକ ଅବରୋଧର ପ୍ରଥମ ଦିନରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।  ପ୍ରଥମ ଦିନରେ ବେଶୀ ପ୍ରଭାବିତ ହୋଇଛନ୍ତି  ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ । ସେପଟେ ଆନ୍ଦୋଳନକାରୀଙ୍କ ନିକଟରେ ପ୍ରଶାସନ ଏବଂ ପୋଲିସ  ଆତ୍ମସମର୍ପଣ କରିଥିବା ଭଳି ମନେ ହେଉଛି ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜାତୀୟ ରାଜପଥରେ ବ୍ୟାପକ ପୋଲିସ୍‌ ମୁତ୍ତୟନ ହୋଇଛନ୍ତି ।  ପରିସ୍ଥିତି ଉପରେ ନଜର ରଖିଛନ୍ତି ୨୦ରୁ ଅଧିକ ପୋଲିସ୍‌ ଅଧିକାରୀ ଓ ଅତିରିକ୍ତ ଏସ୍‌ପି ।  ହିଂସାକାଣ୍ଡ ଯେପରି ନଘଟେ ସେଥିବା ପାଇଁ ଆମେ ସଜାଗ ବୋଲି କହିଛନ୍ତି ଜିଲ୍ଲାପାଳ ।  ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ୍‌ ମୁତ୍ତୟନ କରାଯିବା ସହ, ଜାତୀୟ ରାଜପଥ କଡରେ ଥିବା ସମସ୍ତ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ, ୪ମାସ ହେଲା ଚାଲିଛି ଆନ୍ଦୋଳନ । ଆଉ ଆଜିଠୁ ଆରମ୍ଭ ହୋଇଛି ୩ ଦିନିଆ ଅର୍ଥନୈତିକ ଅବରୋଧ ।

   Related Posts