ଦ୍ବିତୀୟ ବିବାହ ପ୍ରଥମ ପତ୍ନୀ ପ୍ରତି କ୍ରୁରତାର କାରଣ, କହିଲେ କର୍ଣ୍ଣାଟକ ହାଇକୋର୍ଟ

Published By : Prameya-News7 Bureau | September 13, 2020 IST

ବେଙ୍ଗାଲୁରୁ ୧୩/୦୯: କର୍ନାଟକ ଉଚ୍ଚ ନ୍ୟାୟଳୟ କହିଛନ୍ତି ମୁସଲିମ ପୁରୁଷ ଦ୍ବିତୀୟ ବିବାହ କରିବା ଯଦିଓ ଆଇନ ଅନୁଯାୟୀ ଠିକ୍ ମାତ୍ର ଏହା ପ୍ରଥମ ପତ୍ନୀ ପାଇଁ କ୍ରୁରତାର କାରଣ ହୋଇଥାଏ।

ଉଚ୍ଚ ନ୍ୟାୟାଳୟର କାଲବୁର୍ଗୀ ଖଣ୍ଡପୀଠରେ ଜଷ୍ଟିସ୍ କ୍ରୀଷ୍ଣା ଏସ ଦୀକ୍ଷିତ ଓ ପି କ୍ରୀଷ୍ଣା ଭଟ୍ଟଙ୍କ ପୀଠ ନିଚ୍ଚ ଅଦାଲତ ଫଇସଲାକୁ ଖାରିଜ କରିଦେଇଛନ୍ତି। ଏଥିରେ ଯାଚିକାକର୍ତା ୟୁସୁଫ ପାଟିଲଙ୍କ ପ୍ରଥମ ସ୍ତ୍ରୀ ରମଜାନ ବି ଦ୍ବାରା ବିବାହକୁ ଶେଷ କରିବା ଯାଚିକାକୁ ନ୍ୟାୟସଙ୍ଗତ ମାନ୍ୟତା ଦିଆଯାଇଥିଲା।

ପୀଠ ନିଜ ଟିପ୍ପଣୀରେ କହିଛନ୍ତି ଯଦିଓ ମୁସଲିମଙ୍କ ଦ୍ବିତୀୟ ବିବାହ ଆଇନଗତ ଠିକ୍ କିନ୍ତୁ ଏହା ମୂଳତଃ ପ୍ରଥମ ପତ୍ନୀ ବିରୋଧରେ କ୍ରୁରତାର କାରଣ ହୋଇଥାଏ। ଏ କାରଣରୁ ଛାଡପତ୍ର ଦାବି ନ୍ୟାୟସଙ୍ଗତ।

ଉଲ୍ଲେଖନୀୟ ଯେ ଉତ୍ତର କଣ୍ର୍ଣାଟକର ବିଜୟପୁରା ଜିଲ୍ଲା ମୁଖ୍ୟାଳୟରେ ରହୁଥିବା ପାଟିଲ ୨୦୧୪ ଜୁଲାଇରେ ଶରିୟା କାନୁନ ଅନୁଯାୟୀ ବେଙ୍ଗାଲୁରୁରେ ରମଜାନ ବିଙ୍କୁ ବିବାହ କରିଥିଲେ। ଏହା ପରେ ପାଟିଲ ଦ୍ବିତୀୟ ବିବାହ କରିଥିଲେ।

ଏହା ପରେ ରମଜାନ ନୀଚ ଅଦାଲତରେ ଯାଚିକା ଦାୟର କରିକି କ୍ରୁରତା ଓ ପରିତ୍ୟାଗ କରିବା ଆଧାରରେ ବିବାହ ଶେଷ କରିବାକୁ ଅନୁରୋଧ କରିଥିଲେ। ରମଜାନ ନିଜ ସ୍ବାମୀ ଓ ଶାଶୂଶ୍ବଶୂର ତାଙ୍କୁ ଓ ତାଙ୍କ ବାପାମାଆଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଥିଲେ।

ଏହା ପରେ ପାଟିଲ ଉଚ୍ଚ ନ୍ୟାୟାଳୟରେ ଯାଚିବା ଦାୟର କରି କହି ଥିଲେ ସେ ପ୍ରଥମ ସ୍ତ୍ରୀଙ୍କୁ ଭଲପାଆନ୍ତି ଓ ଏ ମାଲାର ସେ ପ୍ରତିବାଦୀ। ପାଟିଲ ଅଦାଲତଙ୍କୁ କହିଛନ୍ତି ବାପାମାଆଙ୍କ ଚାପ ଯୋଗୁ ତାଙ୍କୁ ଦ୍ବିତୀୟ ବିବାହ କରିବାକୁ ପଡ଼ିଲା ଯାହା ଶକ୍ତିଶାଳୀ ଓ ରାଜନୈତିକ ରୂପରେ ମଧ୍ୟ ପ୍ରଭାବଶାଳୀ।

ସେ ଦ୍ବିତୀୟ ବିବାହକୁ ନ୍ୟାୟ ସଙ୍ଗତ କହି ଶରିୟା କାନୁନରେ ମୁସଲିମଙ୍କ ବହୁ ବିବାହ କରିବାର ଅନୁମତି ଥିବା ଦର୍ଶାଇଛନ୍ତି। ଏଣୁ ତାଙ୍କ ମତରେ ଏହା କ୍ରୁରତାର କାରଣ ନୁହେଁ। ଏହା ସହ ବିବାହ ଅଧିକାରକୁ ବିରୋଧର କରିବାର ବି କାରଣ ନୁହେଁ।

ପୀଠ ପାଟିଲଙ୍କ ଏହି ତର୍କକୁ ଖାରଜ କରି ଦେଇଛନ୍ତି ଯେ ଶରିୟା କାନୁନ ବହୁବିବାହ ସହ ପ୍ରଥମ ବିବାହକୁ ପୁନଃ ସ୍ଥାପିତ କରିବାକୁ ଅନୁମତି ଦେଇଥାଏ। ପୀଠ କହିଛନ୍ତି ଯଦି ଏହି ପରିସ୍ଥିତିକୁ ନ୍ୟାୟସଙ୍ଗତ ବୋଲି କୁହାଯାଉଛି ତେବେ ସ୍ବୀମୀ ଆଉ ଦୁଇଟି ବିବାହ ମଧ୍ୟ କରିପାରିବେ ଓ ଶରିୟା କାନୁନର ସାହାରା ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.