କୋଣାର୍କ-ପୁରୀ ମେରାଇନ ଡ୍ରାଇଭରେ ଆଜିଠୁ ଆରମ୍ଭ ହେବ ଇକୋ ରିଟ୍ରିଟ ଫେଷ୍ଟିଭାଲ

Published By : Prameya-News7 Bureau | December 14, 2019 IST

କୋଣାର୍କ ୧୪।୧୨: ଆଜିଠୁ କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ ଫେଷ୍ଟିଭାଲ। ଓଡିଶା ପର୍ଯ୍ୟଟନ ବିଭାଗ ଦ୍ବାରା  ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହାସିକ ଜଳ କ୍ରିଡାକୁ ଉପଭୋଗ କରିବେ ଦେଶ ବିଦେଶ ର ପର୍ଯ୍ୟଟକ ।

{"id":197483,"sizeSlug":"large"}

ସୁଦୀର୍ଘ  ସମୁଦ୍ରର ବାଲୁକା ରାଶିରେ , ଅତ୍ୟାଧୁନିକ କାମ୍ପ ସହ , ନାମି ଦାମି ହୋଟେଲ ର ଖାଦ୍ୟର ମଜା ନେବାର ବେବସ୍ଥା ରଖିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ଗୁଜୁରାଟର ରଣ ଫେଷ୍ଟିଭାଲ ଷ୍ଟାଇଲରେ ହେଉଛି ଇକୋ ରିଟ୍ରିଟ ଫେଷ୍ଟିଭାଲା । ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ।

{"id":197484,"sizeSlug":"large"}

ପ୍ରତେକ ଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ନାମି ଦାମି କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସୃତକ କାର୍ଯ୍ୟକ୍ରମ ରହିଛି । ସାଧାରଣ ଲୋକଙ୍କ ପାଇଁ 5୦ ଟଙ୍କା ର ଏଣ୍ଟ୍ରି ଫି ରଖାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ଶନିବାର  ଏହି ଫେଷ୍ଟିଭାଲକୁ ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.