ଭୁବନେଶ୍ବର ୯।୧୨: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବୁଧବାରଠାରୁ ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମେସେଜ୍ ଦ୍ବାରା ଏହାର ଉଦଘାଟନ କରିଛନ୍ତି ।
{"id":374972,"sizeSlug":"large","linkDestination":"none"}ହୀରାକୁଦ, ଭିତରକନିକା, ସାତକୋଶିଆ, କୋଣାର୍କ ଓ ଦାରିଙ୍ଗିବାଡ଼ିରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ ଏହି ପ୍ରାକୃତିକ ପର୍ଯ୍ୟଟନ ମେଳା ।
{"id":374973,"sizeSlug":"large","linkDestination":"none"}ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଉଛି । ଦାରିଙ୍ଗିବାଡ଼ିରେ ତିଆରି କରାଯାଇଛି ୨୫ଟି ବିଳାସପୂର୍ଣ୍ଣ ତମ୍ବୁ । ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି ।
{"id":374974,"sizeSlug":"large","linkDestination":"none"}ସେହିପରି କରୋନା କଟକଣା ପାଇଁ ଦୀର୍ଘ ୮ ମାସ ହେଲା ବନ୍ଦ ଥିବା କଫି ଗାର୍ଡେନ, ପ୍ରକୃତି ଉଦ୍ୟାନ, ପାର୍କ ଆଦିକୁ ସଫାସୁତରା କରାଯାଇଛି । ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଆରାମରେ ବୁଲାବୁଲି କରି ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
{"id":374976,"sizeSlug":"large","linkDestination":"none"}ଗୋଟିଏ ତମ୍ବୁରେ ଗୋଟିଏ ରାତି ସହ ଦୁଇ ଦିନପାଇଁ ୯ ହଜାର ୪୪୦ ଟଙ୍କାର ପ୍ୟାକେଜ ରହିଛି । ସେହିଭଳି ଭିତରକନିକାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।