ବଜାରରେ ଇକୋ ଫ୍ରେଣ୍ଡଲି ମାସ୍କ: ପେପରରେ ନିର୍ମିତ ମାସ୍କକୁ କରିହେବ ଥରେ ବ୍ୟବହାର

Published By : Prameya-News7 Bureau | April 19, 2021 IST

ମାଙ୍ଗାଲୋର ୧୯/୪: ମାସ୍କ ତ ମାସ୍କ ତା ପୁଣି ଇକୋ ଫ୍ରେଣ୍ଡଲି । ବଜାରକୁ ଆସିଛି ଏଭଳି ମାସ୍କ । ଅର୍ଥାତ୍ ଏହି ମାସ୍କର ବ୍ୟବହାର ମାତ୍ର ଥରେ । ଜଣେ ଏହାକୁ ଥରେ ବ୍ୟବହାର କରିବା ପରେ ଫୋପାଡିଦେବ । ପେପରର ପ୍ରସ୍ତୁତ ହୋଇଛି ମାସ୍କଟି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ଏକମାତ୍ର  ଅସ୍ତ୍ର ପାଲଟିଛି । ଆଉ ଏହାରି ଭିତରେ ସର୍ଜିକାଲ ମାସ୍କ ଠାରୁ ଆରମ୍ଭ କରି କପଡା ମାସ୍କର ଚାହିଦ୍ ବି ଢେର୍ ବଢିଯାଇଛି । ଲୋକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ବଜାରରେ ଭିନ୍ନ ବିନ୍ନ ପ୍ରକାରର ମାସ୍କ ଉପଲବ୍ଧ ହେଉଛି । ତେବେ ମାଙ୍ଗାଲୋର ଜଣେ ଯୁବକ କରିଛନ୍ତି ଇକୋ ଫ୍ରେଣ୍ଡଲି ମାସ୍କ । ଯାହା ଲୋକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି ।

wp:embed {"url":"https://www.youtube.com/watch?v=uyxcVI3_GOM","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=uyxcVI3_GOM
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.