Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ନିର୍ବାଚନ ଆୟୋଗଙ୍କ କଡା କାର୍ଯ୍ୟାନୁଷ୍ଠାନ: ଯୋଗୀ ଓ ମାୟାବତୀଙ୍କୁ ଝଟକା, କରିପାରିବେନି ନିର୍ବାଚନ ପ୍ରଚାର

15/04/2019 at 3:05 PM

ନୂଆଦିଲ୍ଲୀ୧୫|୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗ ବଡ ଧରଣର ଝଟକା ଦେଇଛନ୍ତି । ନିର୍ବାଚନ ପ୍ରଚାରବେଳେ ଏ ଦୁଇ ନେତା ନିଜ ଭାଷଣରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ନିର୍ବାଚନ ଆଚଣବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଆସନ୍ତାକାଲି ସକାଳ ୬ଟାରୁ ଉଭୟେ ପ୍ରଚାର କରିପାରିବେ ନାହିଁ ବୋଲି କମିଶନ କଟକଣା ଜାରୀ କରିଛନ୍ତି ।

ଆସନ୍ତାକାଲି ସକାଳୁ ଯୋଗୀ ଆଦିତ୍ୟନାଥ ୭୨ଘଣ୍ଟା ଓ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ।  ସୂଚନାଯୋଗ୍ୟ ଯେ, କିଛିଦିନତଳେ ଶାହରନପୁରରେ ଏକ ନିର୍ବାଚନୀ ସଭାରେ ମାୟାବତୀ ମୁସଲିମ ଭୋଟରଙ୍କୁ ଅପିଲ କରି ଭୋଟ ମାଗିଥିଲେ । ଏହାର ଜବାବରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ବହୁଜନ ସମାଜବାଦୀ ପାର୍ଟି ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଯଦି ଅଲ୍ଲୀଙ୍କ ଉପରେ ଭରସା ଅଛି ତାହେଲେ ଆମର ମଧ୍ୟ ବଜରଂଗବଲିଙ୍କ ଉପରେ ଭରସା ଅଛି ।

ଯୋଗୀଙ୍କ ଏଭଳି ବୟାନକୁ ନେଇ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଦେବା ସହ ଶୁକ୍ରବାର ସଂଧ୍ୟା ସୁଦ୍ଧା ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯୋଗୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟ ଦେବେ ନାହିଁ ଓ ସତର୍କତା ଅବଲମ୍ବନ କରିବେ । ତେବେ ନିର୍ବାଚନ ଆୟୋଗ ଏଥରେ ସନ୍ତୁଷ୍ଟ ନହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ଉତ୍ତର ପ୍ରଦେଶରେ ଜାତି ଓ ଧର୍ମକୁ ନେଇ ବ୍ୟାପକ ବୟାନବାଜି ଚାଲିଛି । ଏହା ଉପରେ ରୋକଲଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ବାୟନ ଆୟୋଗଙ୍କୁ କଇଫିୟତ ତଲବ କରିଥିଲେ ।

   Related Posts