ନିର୍ବାଚନ ଆୟୋଗଙ୍କ ଛାଟ: ଯୋଗୀ ଏବଂ ମାୟାବତୀଙ୍କ ପରେ ଆଜମ ଖାନ ଓ ମେନକା ଗାନ୍ଧୀଙ୍କ ପ୍ରଚାର ଉପରେ ମଧ୍ୟ ଲାଗିଲା ରୋକ

Published By : Prameya-News7 Bureau | April 15, 2019 IST

ନୂଆଦିଲ୍ଲୀ୧୫|୪: ଏଣେ ଖରା ବଢୁଛି।  ଆଉ ଏଥିସହିତ ନିର୍ବାଚନ ପ୍ରଚାରରେ ବଢ଼ିଲାଣି ତାତି। ନେତାଙ୍କ ମୁହଁରୁ ବାହାରିବାରେ ଲାଗିଛି ଗନ୍ଦି ବାତ୍‌। ଏମିତି ଅପଶବ୍ଦ ପ୍ରୟୋଗରେ ଉତ୍ତର ପ୍ରଦେଶର ଆଜମ ଖାନ ସବୁ ସୀମା ଟପିଯାଇଥିବା ବେଳେ  ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲିଠାରୁ ସେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି ।

{"id":103853}

ସେହିଭଳି ବିଜେପି ନେତ୍ରୀ ମୁସଲମାନଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ମଧ୍ୟ ନିର୍ବାଚନ କମିଶନ ଗମ୍ଭୀରତାର ସହ ନେଇ ତାଙ୍କ ପ୍ରଚାର ଉପରେ ୪୮ ଘଣ୍ଟାର ନିଷେଧାଦେଶ ଜାରୀ କରିଛନ୍ତି ।  ନିର୍ବାଚନ କମିଶନଙ୍କ ଛାଟ ମଧ୍ୟ ପଡ଼ିଛି ଯୋଗୀ ଆଦିତ୍ୟନାଥ ଏବଂ ମାୟାୱତୀଙ୍କ ଉପରେ।

{"id":103854}

ଜୁବାନ ପେ ଲଗାମ ଦୋ। ପ୍ରଚାର କଲାବେଳେ ସାବଧାନ ରୁହନ୍ତୁ ନେତାଏ। ନହେଲେ ଲାଗିବ ଛାଟ। ନିର୍ବାଚନ କମିଶନଙ୍କ ଛାଟ ଲାଗିଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆଉ ବହୁଜନ ସମାଜପାର୍ଟି ନେତ୍ରୀ ମାୟାବତୀଙ୍କ ଉପରେ । ଯୋଗୀ ଆଦିତ୍ୟନାଥ ୭୨ ଘଣ୍ଟା ଏବଂ ମାୟାବତୀ ୪୮ ଘଣ୍ଟା ପ୍ରଚାର ମୈଦାନରେ ମୁହଁ ଦେଖାଇପାରିବେନି ।ସେହିଭଳି ଜୟା ପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ହରଡଘଣାରେ ପଡିଛନ୍ତି ଅଜମ ଖାନ ।

{"id":103855}

ଆଜି ଯେତେବେଳେ ଯୋଗୀ ଆଦିତ୍ୟନାଥ ଓଡିଶାରେ ପ୍ରଚାର କରୁଥିଲେ ସେତିକିବେଳେ ଲାଗିଛି ପ୍ରତିବନ୍ଧକ, ଅବଶ୍ୟ ଏହା ଆସନ୍ତକାଲିଠାରୁ ଲାଗୁ ହେବ ।  ନିର୍ବାଚନରେ ଦିନକୁ ଦିନ ଅପଶବ୍ଦ ପ୍ରୟୋଗ ବଢ଼ିଯାଉଥିବା ଦେଖି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ତାଗିଦ କରିଥିଲେ । ଏଭଳି ହେଟ୍‌ ସ୍ପିଚ୍‌ କରୁଥିବା ନେତାମାନଙ୍କ ବିରୋଧରେ କି ପଦକ୍ଷେପ ନେଇଛ ଜଣାଇବା ଲାଗି କହିଥିଲେ । ଆଉ ଏହା ପରେ ପରେ ନିର୍ବାଚନ କମିଶନ ଆସିଥିଲେ ଆକ୍ସନକୁ। ସଂବିଧାନର ଧାରା ୩୨୪କୁ ପ୍ରୟୋଗ କରିବା ସହିତ ତିନି ନେତାଙ୍କ ଉପରେ କଟକଣା ଲଗାଇଛନ୍ତି । ଏହି ନେତାମାନେ ଜାତି ଧର୍ମ ଓ ବ୍ୟକ୍ତିଗତ ସ୍ତରକୁ ଯାଇ ଦେଇଥିଲେ ବକ୍ତବ୍ୟ।

{"id":103856}

ସେପଟେ ଚାରିଆଡ଼ୁ କିନ୍ତୁ ନଜରରେ ଥିଲା ନିର୍ବାଚନ କମିଶନ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବିରୋଧରେ କି ପଦକ୍ଷେପ ନେଉଛନ୍ତି। କାରଣ ଆଜମ ଖାନ ତ ସବୁ ସୀମା ଟପିଯାଇଥିଲେ । ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଅତି ଅଶ୍ଳୀଳ ଭାଷାରେ ସେ ଆକ୍ଷେପ କରିଥିଲେ। ଯାହାକୁ ନେଇ ଥାନାରେ ଏତଲା ହେବା ସହିତ ନିର୍ବାଚନ କମିଶନ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି। ଆଉ ପରେ ଆଜମ ଖାନ କଥାକୁ ଫାଙ୍କିବାକୁ ଉଦ୍ୟମ କରିଥିଲେ।

{"id":103857}

ସେପଟେ ମୋଦିଙ୍କ ବିରୋଧରେ  ସୀମାପର ଆକ୍ଷେପ କରିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଅଡୁଆ ହୋଇଛି। ରାଫେଲ ମାମଲାକୁ ବିଚାର ପାଇଁ ସୁପ୍ରିମକୋର୍ଟ ଦ୍ବିତୀୟ ଥର ଗ୍ରହଣ କରିବା ପରେ ରାହୁଲ କହିଥିଲେ କି କୋର୍ଟ ମାନିଲେଣି ଚୌକିଦାର ହିଁ ଚୋରି କରିଛି। ଯାହାକୁ ନେଇ ବିଜେପିର ମିନାକ୍ଷୀ ଲେଖି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ କମିଶନଙ୍କ ଆଜିର ଛାଟ ଅନେକ ନେତାଙ୍କୁ ନିଶ୍ଚୟ ସାଇଜ କରିବ। କାରଣ ସେମାନେ ମୁହଁରେ ଯାହା ଆସୁଥିଲେ କହିଚାଲୁଥିଲେ ଆଉ ନିର୍ବାଚନ ପ୍ରଚାର ନାଁରେ କାହାର ମାନସମ୍ମାନ ହରଣ କରୁଥିଲେ।  

{"id":103858}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.