Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

୨୦୦ ଲୋକଙ୍କ ଘରେ ସିସିଟିଭି କ୍ୟାମେରା ଲଗାଇ ଦେଖୁଥିଲା ବେଡ୍ରୁମ୍‌ର ଅନ୍ତରଙ୍ଗ ଦୃଶ୍ୟ, ଧରାପଡିଗଲା ଟେକ୍ନିସିଆନ୍‌ର ନିଷିଦ୍ଧ ନିଶା

23/01/2021 at 2:44 PM

ଓ୍ୱାସିଂଟନ ୨୩।୦୧: ଜଣେ କି ୨ ଜଣଙ୍କ ଘର ନୁହେଁ, ବରଂ ୨୦୦ଲୋକଙ୍କ ଘରେ ଲାଗିଥିବା ସିସିଟିଭ୍‌ କ୍ୟାମେରାକୁ ହ୍ୟାକ କରାଯାଇଛି । ସୁରକ୍ଷା ପାଇଁ ଘରେ କ୍ୟାମେରା ଲଗାଇବା ଦାୟିତ୍ୱ ଥିଲା । କିନ୍ତୁ ନିଜର ଯୌନ ଲାଲସା ପାଇଁ ସେହି କ୍ୟାମେରାକୁ ଦୁରୁପଯୋଗ କରିଛି ଟେକ୍ନିସିଆନ୍‌ । କିଛି ଲୋକଙ୍କ ଘରେ ଲାଗିଥିବା ସିସିଟିଭିକୁ  ହ୍ୟାକ୍‌ କରି ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ମହିଳାଙ୍କ ନଗ୍ନ ଚିତ୍ରକୁ କଏଦ କରିଥିଲା ୩୫ ବର୍ଷୀୟ ଯୁବକ ।

ଖବର ଅନୁଯାୟୀ, ଏଡିଟି ସିକ୍ୟୁରିଟି ସର୍ଭିସେସ୍‌ ସଂସ୍ଥାର ଟେକ୍ନିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ ଜଣେ ଯୁବକ । ସହରର ପ୍ରତି ଘରେ କ୍ୟାମେରା ଲଗାଇବା ସଂସ୍ଥା ତାଙ୍କୁ ଦାୟିତ୍ୱ  ଦେଇଥିଲା । କିନ୍ତୁ କ୍ୟାମେରା ଲଗାଇବା ସହ ନିଜର କୁତ୍ସିତ ମନଭାବ ଲାଗି ଆଜି ତାକୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡିଛି । ପ୍ରତ୍ୟେକ ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍‌ କରି ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୂହୂର୍ତ୍ତି ଏବଂ ମହିଳାଙ୍କ ନଗ୍ନ ଚିତ୍ର ଦେଖୁଥିଲେ ।

ଏହିପରି ଭାବେ ୨୦୦ଶହ ଲୋକଙ୍କ ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍‌ କରି ଏପରି କାମ ଚଳାଇଥିଲା । ଏପରିକି ସୁନ୍ଦରୀ ମହିଳାଙ୍କ ନଗ୍ନ ଚିତ୍ରକୁ ବାରମ୍ବାର ଦେଖୁଥିଲେ , ଏବଂ ସେହି ସବୁ ଚିତ୍ରକୁ ଏକ ହାର୍ଡଡିସ୍କରେ ଷ୍ଟୋର କରି ରଖୁଥିଲେ । ଥରେ କିମ୍ବା ୨ ଥର ନୁହେଁ, ବରଂ ବାରମ୍ବାର ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍‌ କରାଯାଇ ଏପରି କାମ କରୁଥିଲା ୩୫ ବର୍ଷୀୟ ଯୁବକ ।

ଯାହାର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ନିଜର  ଯୌନ ଲାଲସାକୁ ପୂରଣ କରିବା ପାଇଁ ଯୁବକ ଜଣଙ୍କ ଏପରି କାର୍ଯ୍ୟ କରୁଆସୁଥିଲା ବୋଲି କୋର୍ଟ କହିଛନ୍ତି । ଅଭିଯୁକ୍ତଜଣଙ୍କ କୋର୍ଟରେ ଦୋଷୀ ଭାବେ ପ୍ରମାଣିତ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ , ତାଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।

   Related Posts