ପ୍ରଜ୍ଞା ଠାକୁରଙ୍କ ଉପରେ ଲାଗିଲା ନିର୍ବାଚନ ଆୟୋଗଙ୍କ ଅଙ୍କୁଶ, ୭୨ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ପ୍ରଚାର

Published By : Prameya-News7 Bureau | May 01, 2019 IST

ଭୋପାଲ ୧।୫ : ଉତ୍ତେଜକ ଭାଷଣ ପାଇଁ ବିଜେପିର ଭୋପାଲ ଲୋକସଭା ଆସନ ପ୍ରାର୍ଥୀ ପ୍ରଜ୍ଞା ସିଂଠାକୁରଙ୍କ ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ ଅଧିକାରୀ। ଆସନ୍ତା କାଲି ପୂର୍ବାହ୍ନ ୬ଟାରୁ ପରବର୍ତ୍ତି ୭୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ପର୍ଯ୍ୟନ୍ତ ତାଙ୍କ ନିର୍ବାଚନମଣ୍ଡଳିରେ  ନିର୍ବାଚନ ପ୍ରଚାର କରିପାରିବେନି ପ୍ରଜ୍ଞା । ଏଥିପାଇଁ ନିର୍ବାଚନ ଅଧିକାରୀ କଟକଣା ଜାରୀ କରିଛନ୍ତି ।  ବାବରୀ ମସଜିଦ ଭାଙ୍ଗିଥିବାରୁ ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ପ୍ରଜ୍ଞା ନିର୍ବାଚନୀ ସଭାରେ କହିଥିଲେ, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିଲା। ଏଣୁ ନିର୍ବାଚନ ଅଧିକାରୀ ଏହି କଟକଣା ଲାଗୁ କରିଛନ୍ତି ।

{"id":109627}

ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ଯେତିକି ନିକଟତର ହେଉଥି ମଧ୍ୟପ୍ରଦେଶରେ ସେତିକି ଉଷ୍ମ ହେଉଛି ରାଜନୀତି । ତେବେ ନିଜର ମୁହଁଖୋର ସ୍ବଭାବ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପ୍ରଜ୍ଞାଙ୍କ ଉପରେ ପ୍ରଥମ ଥର ନିର୍ବାଚନ ଅଧିକାରୀଙ୍କ ଠେଙ୍ଗା ପଡିଛି । ଚଳିତ ସାଧାରଣ ନିର୍ବାଚନ ଆରମ୍ଭରୁ ପ୍ରଜ୍ଞା ପ୍ରଚାରରେ ଅଯୋଧ୍ୟା ଓ ରାମମନ୍ଦିରକୁ ତାଙ୍କର ପ୍ରସଙ୍ଗ କରିଛନ୍ତି । ଏଣୁ ନିର୍ବାଚନ ସଭାମାନଙ୍କରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରୋଚକ ଖବର ପ୍ରସାରିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.