Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ : ୨୨ ବିଜେଡି ବିଧାୟକଙ୍କୁ ମୁକ୍ତ କଲେ ଭାରତୀୟ ନିର୍ବାଚନ ଆୟୋଗ

10/11/2021 at 10:22 AM

ଭୁବନେଶ୍ବର ୧୦।୧୧: ବିଭିନ୍ନ ଜିଲ୍ଲା କମିଟି ଏବଂ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଆୟୋଗଙ୍କ ୱେବ୍‌ସାଇଟରେ ଏହି ସୂଚନା ଦିଆଯାଇଛି । ୨୨ ବିଜେଡ଼ି ବିଧାୟକ ଅଫିସ୍ ଅଫ୍ ପ୍ରଫିଟ୍ ଅଥବା ଲାଭଜନକ ପଦବୀରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ଦ୍ବାରା ଏହି ସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା ।

ଏହାପରେ ରାଜ୍ୟପାଳ ଇସିଆଇ ପୋଲ୍ ପ୍ୟାନେଲ୍‌ଙ୍କ ମତ ଲୋଡ଼ିଥିଲେ। ଗତ ଅକ୍ଟୋବର ୧୩ରେ ପୋଲ୍ ପ୍ୟାନେଲ୍ ତାଙ୍କ ମତ ରାଜ୍ୟପାଳଙ୍କୁ ଜଣାଇଛନ୍ତି ।  ବୈଧାନିକ ଆଇନ ଆଧାରରେ ୨୨ ବିଧାୟକଙ୍କ ମଧ୍ୟରୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ପଦବୀରେ ୨୦ଜଣ ଅଯୋଗ୍ୟ ନୁହନ୍ତି । ଅନ୍ୟ ଦୁଇ ଜଣ ଭୂପିନ୍ଦର ସିଂହ ଓ ଅନନ୍ତ ନାରାୟଣ ଜେନା ବିଧାୟକ ହେବା ପୂର୍ବରୁ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ବୋଲି ତାଙ୍କ ମତରେ ପ୍ୟାନେଲ ଉଲ୍ଲେଖ କରିଛନ୍ତି । ଏହି ଦୁଇ ବିଧାୟକଙ୍କ ଇସ୍ତଫା ଷୋଡ଼ଶ ବିଧାନସଭା ଗଠନ ପୂର୍ବରୁ ଗ୍ରହଣ କରିନିଆଯାଇଥିଲା ବୋଲି କୁହାଯାଇଛି । ପୋଲ ପ୍ୟାନେଲ୍ ମତକୁ ଆଧାର କରି ରାଜ୍ୟପାଳ ଅକ୍ଟୋବର ୨୨ରେ ୮ ପୃଷ୍ଠାର ଆଦେଶ ଜାରି କରିଥିଲେ । ଯେଉଁଥିରେ ସେ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା ଆବେଦନଗୁଡ଼ିକର କୌଣସି ଆଧାର ନଥିବା କହିଛନ୍ତି ।

   Related Posts