Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

‘ପେଟ୍ରୋଲ ପମ୍ପ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଅ’, ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

5/03/2021 at 12:10 PM

ନୂଆଦିଲ୍ଲୀ,୦୫/୦୩: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ୪ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ । ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଛାଟ ବାଜିଛି । ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ଦ୍ୱାରା ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ହେଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି । ଏଥିସହ ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ସବୁ ହୋର୍ଡିଙ୍ଗ୍‌କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ନିର୍ବାଚନ କମିଶନ ଫେବ୍ରୁଆରୀ ୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏହାପରେ ଏହିସବୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯାଇଛି । ସେପଟେ କରୋନା ଟିକା ଦିଆଯିବା ପରେ ମିଳିବାକୁ ଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବାରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।

ଟିଏମ୍‌ସିର ରାଜ୍ୟସଭା ସଦସ୍ୟ ଡେରେକ୍‌ ଓ ବ୍ରିଏନ୍‌ ବୁଧବାର କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ଭାକ୍ସିନ୍‌ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯିବା ଠିକ୍‌ ନୁହେଁ । ନିର୍ବାଚନ କମିଶନଙ୍କ ସମ୍ମୁଖରେ ଆମ ଦଳ ଏହି ପ୍ରସଙ୍ଗ ଉଠାଇବ ।

   Related Posts