ବିଜେପିକୁ ଝଟ୍‌କା, ଷ୍ଟାର ପ୍ରଚାର ଟିମ୍‌ରୁ ପ୍ରବେଶ ବର୍ମା ଓ ଅନୁରାଗ ଠାକୁରଙ୍କୁ ବାଦ୍ ଦେବାକୁ ECଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୦୧: ଦିଲ୍ଲୀ ନିର୍ବାଚନ ପ୍ରଚାରରୁ ବାଦ୍‌ ପଡିଲେ ବିଜେପିର ଷ୍ଟାର ପ୍ରଚାରକ । ଦିଲ୍ଲୀରେ ପ୍ରବେଶ ବର୍ମା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରଚାର ଉପରେ ରୋଗ ଲଗାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ପ୍ରଚାରରେ ଉତ୍ତେଜକ ଭାଷଣ ଦେବା ମାମଲାରେ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରବେଶ ବର୍ମା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ଦୁଇଜଣଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ତେବେ ଦୁଇ ଜଣ ନେତା ବର୍ତ୍ତମାନ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ସାମିଲ ହେବେ ନାହିଁ । କିନ୍ତୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏହି ଦୁଇ ନେତା ନିର୍ବାଚନରେ ପ୍ରଚାର କରିପାରିବେ । ଯଦି ସ୍ଥାନୀୟ ପ୍ରତ୍ୟାଷୀମାନେ ନିଜ ଖର୍ଚ୍ଚରୁ ଦୁଇନୋତଙ୍କୁ ପ୍ରଚାର ପାଇ ଆଣି କରିପାରିବେ ।  ତେବେ ତାହା ପ୍ରାର୍ଥୀଙ୍କ ଖର୍ଚ୍ଚ ଯୋଗ କରାଯିବ ବୋଲି ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1222422746614751232","type":"rich","providerNameSlug":"twitter","className":""}
https://twitter.com/ANI/status/1222422746614751232
/wp:core-embed/twitter

ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ସାଂସଦ ପ୍ରବେଶ ବର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆତଙ୍କବାଦୀ ଓ ନକ୍ସଲ ସହିତ ତୁଳନା କରିଥିଲେ । ଦିଲ୍ଲୀର ମାଦୀପୁରରେ ଚାଲିଥିବା ଏକ ଜନସଭାରେ କେଜ୍ରିଓ୍ବାଲଙ୍କୁ ନକ୍ସଲ ଓ ଆତଙ୍କବାଦୀଙ୍କ ତୁଳନା କରିଥିଲେ । ତେବେ ପ୍ରବେଶ ବର୍ମାଙ୍କ ବୟାନ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଦୁଖପ୍ରକାଶ କରିଥିଲେ ।

ସେହିପରି କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିଲେ । ଏକ ରାଲିରେ ଅନୁରାଗ କହିଥିଲେ ଯେ, ଦେଶରେ ଥିବା ଗଦ୍ଦାରମାନଙ୍କୁ ଗୁଳି ମାରିଦିଅ । ଏହି ମାମଲାରେ ନିର୍ବାଚନ କମିଶନ ଅନୁରାଗ ଠାକୁରଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ବୁଧବାର ଦିନ ନିର୍ବାଚନ କମିଶନ ଉଭୟଙ୍କ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.