Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଦ୍ଧୁଙ୍କ ପାଇଁ ବଢ଼ିଲା ଅଡୁଆ : ବିବାଦୀୟ ମନ୍ତବ୍ୟ ପାଇଁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନିର୍ବାଚନ କମିଶନଙ୍କ ନୋଟିସ୍, ହୋଇପାରେ କାର୍ଯ୍ୟାନୁଷ୍ଠାନ

21/04/2019 at 9:11 AM

ନୂଆଦିଲ୍ଲୀ ୨୧/୪: କ୍ରିକେଟରରୁ ରାଜନେତା ବନିଥିବା ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କ ପାଇଁ ବଢ଼ିଲା ଅଡ଼ୁଆ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ସବୁ ମୁସଲମାନ ମତଦାତାଙ୍କୁ ଏକାଠି ହେବାକୁ ସିଦ୍ଧୁ ଆହ୍ବାନ ଦେଇଥିଲେ। ଏଥିଯୋଗୁଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍  ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିପାଇଁ ତାଙ୍କୁ ୨୪ ଘଣ୍ଟା ଭିତରେ ଜବାବ ଦାଖଲ କରିବାକୁ ପଡ଼ିବ। ବିଜେପି ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ବିହାରର କଟିହାରରେ ଏକ ନିର୍ବାଚନୀ ରାଲିରେ ଏହା କହିଥିଲେ ନଭଜୋତ ସିଂ ସିଦ୍ଧୁ। ସେଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ତାରିକ ଅନୱାରଙ୍କୁ ଭୋଟ ଦେବାପାଇଁ ମୁସଲମାନଙ୍କୁ ଏକାଠି ହେବାକୁ କହିଥିଲେ। ଏହାଦ୍ବାରା ସଂଖ୍ୟାଲଘୁ ମାନେ ସଂଖ୍ୟା ଗରିଷ୍ଠ ହୋଇପାରିବେ ବୋଲି ମଧ୍ୟ କହିଥିଲେ ସିଦ୍ଧୁ।

   Related Posts