ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ହଟାଇଲେ ନିର୍ବାଚନ କମିଶନ । ଆସନ୍ତା ୩ତାରିଖ ଦିନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ବାତ୍ୟା 'ଫନି' ଲ୍ୟାଣ୍ଡଫଲ୍ କରିବ । ରାଜ୍ୟର ୧୧ଟି ଜିଲ୍ଲା 'ଫନି' ଦ୍ବାରା ପ୍ରଭାବିତ ହେବ । ୧୮୦ରୁ ୨୦୦କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
{"id":109279}ତେବେ ନିର୍ବାଚନ ଆଚରଣ ବିଧି ବାତ୍ୟା ମୁକାବିଲା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ନିର୍ବାଚନ ଆୟୋଗ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ସାମୟିକ ଭାବେ ହଟାଇଦେଇଛନ୍ତି । ଏ ସଂକ୍ରାନ୍ତରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଦିଆଯାଇଛି । ଗୃହ ବିଭାଗ ଏ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରାଇଦେଇଛି । ଏହି ୧୧ଟା ଜିଲ୍ଲା ହେଲା ପୁରୀ, କେନ୍ଦ୍ରାପଡା, କଟକ, ଗଞ୍ଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ଯାଜପୁର ।
{"id":109276,"align":"center","width":483,"height":683}