Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ଯୋଗୁ ଟଳିଲା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନ ପରିଷଦ ନିର୍ବାଚନ

13/05/2021 at 5:02 PM

ନୂଆଦିଲ୍ଲୀ ୧୩।୫: ସାରା ଦେଶରେ କରୋନା ଦ୍ୱିତୀୟ ଲହର ଚାଲିଛି। ଏଥିରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗୁରୁତର ପ୍ରଭାବିତ ହୋଇଛନ୍ତି। ଏଣୁ ଦୁଇ ରାଜ୍ୟର ପ୍ରସ୍ତାବିତ ଦ୍ୱିବାର୍ଷିକ ବିଧାନ ପରିଷଦ ନିର୍ବାଚନ ଟାଳି ଦିଆଯାଇଛି।  ନିର୍ବାଚନ କମିଶନ (ଇସି) ଗୁରୁବାର ଏହି ସୂଚନା ଦେଇଛନ୍ତି। ଏ ନେଇ ଇସି ଜାରି କରିଥିବା ସର୍କୁଲାରରେ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଏ ନେଇ ପୁଣି ବିଚାର କରାଯିବ ବୋଲି କହିଛନ୍ତି।

ଇସି ପରିସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନେଇଥିବା ସୂଚିତ କରିଛନ୍ତି। କୋଭିଡ ଦ୍ୱିତୀୟ ଲହରରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନ ପରିଷଦ ନିର୍ବାଚନ ସମ୍ଭବ ନୁହେଁ ବୋଲି ସଫା ସଫା କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦୁଇ ରାଜ୍ୟରେ କରୋନା ସଂକ୍ରମଣ ହାର ନ ସୁଧୁରିଛି ସେ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଅନୁକୂଳ ନୁହେଁ ବୋଲି ଇସି କହିଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିଶନ ଗୋଟିଏ କେନ୍ଦ୍ର ଶାସିତ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିଥିଲେ। ଏଥିଲାହି ଆୟୋଗଙ୍କୁ ଅନେକ ଶରବ୍ୟ ହେବାକୁ ପଡିଛି। ଏଣୁ ବିଧାନପରିଷଦ ନିର୍ବାଚନ ଟାଳି ଦେଇଛନ୍ତି।

ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୩ଲକ୍ଷ ୬୨ ହଜାର ୩୮୯ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ପୂର୍ବ ଦିନ ଅର୍ଥାତ ବୁଧବାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୮ ହଜାର ୪୨୧ ଥିଲା। ଏହି ସମୟରେ ସାରା ଦେଶରେ ୪ ହଜାର ୧୨୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

   Related Posts