ପଶ୍ଚିମବଙ୍ଗ: ‘ସୀତାଲକୁଚୀ’ ବୟାନକୁ ନେଇ ଦିଲ୍ଲୀପ ଘୋଷଙ୍କ ଉପରେ ECଙ୍କ ଛାଟ,ନିର୍ବାଚନ ପ୍ରଚାର ଉପରେ ୨୪ ଘଣ୍ଟା ରୋକ୍

Published By : Prameya-News7 Bureau | April 15, 2021 IST

କୋଲକାତା ୧୫।୪: ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ (ଇସି) କଟକଣା ଜାରି କରିଛନ୍ତି। ୨୪ ଘଣ୍ଟା ପର୍ଯ୍ୟନ୍ତ  ତାଙ୍କ ନିର୍ବାଚନ ପ୍ରଚାର ଉପରେ ଏହି କଟକଣା ଜାରି ହୋଇଛି। ସେ ଦେଇଥିବା ‘ସବୁଠାରେ ସୀତାଲକୂଚୀ’ ମନ୍ତବ୍ୟ ଲାଗି ଇସି ଏହି କଟକଣା ଜାରି କରିଛନ୍ତି। ତାଙ୍କ ବୟାନ ଆପତ୍ତିଜନକ ଓ ନିର୍ବାଚନଗ୍ରସ୍ତ ରାଜ୍ୟରେ ଆଇନଶୃଙ୍ଖଳା ଭଙ୍ଗ କରିବା  ଆଶଙ୍କାରେ ତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି। 

{"id":438980,"width":839,"height":552,"sizeSlug":"large","linkDestination":"none"}

ଘୋଷଙ୍କ ବୟାନ ନେଇ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଯେଉଁଥିରେ ଘୋଷ ‘କେଉଁଠୁ ଆସିଲେ ବାଳୁଙ୍ଗା ପିଲା ? ଗତକାଲି ସୀତାଲକୂଚୀରେ ସେମାନଙ୍କୁ ଗୁଳି କରାଯାଇଥିଲା, ସେମାନେ ନିଶ୍ଚିତ ବେଙ୍ଗଲରୁ ନୁହନ୍ତି। ଏହା କେବଳ ଆରମ୍ଭ ମାତ୍ର, ଯେଉଁମାନେ ଭାବୁଛନ୍ତି କେନ୍ଦ୍ରୀୟ ବଳଙ୍କ ରାଇଫଲ କେବଳ ଦେଖାଇବାକୁ ସେମାନେ ଏବେ କାଟ୍ରିଜର କ୍ଷମତା ଅନୁଭବ କରିପାରୁଥିବେ। ଏବେ ସବୁଠି ସୀତାଲକୁଚୀ ହେବ’ ବୋଲି ସେ କହିଥିଲେ।

{"id":438981,"width":838,"height":479,"sizeSlug":"large","linkDestination":"none"}

ଏପ୍ରିଲ ୧୦ ତାରିଖ ଦିନ କୁଚବିହାର ସୀତାଲକୂଚୀରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ସ୍ଥାନୀୟ ଲୋକେ ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ସୁରକ୍ଷା କର୍ମୀଙ୍କ ରାଇଫଲ ଛଡେଇବାକୁ ଉଦ୍ୟମ କରିବାକୁ ଫାଇରିଂ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଏବେ ବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ତେବେ ପରିସ୍ଥିତି ଶାନ୍ତ ପଡି ନଥିବା ବେଳେ ଘୋଷଙ୍କ ଏପରି ବୟାନବାଜୀ ନିର୍ବାଚନଗ୍ରସ୍ତ ରାଜ୍ୟର ଆଇନ ଶୃଙ୍ଖଳା ପ୍ରଭାବିତ କରିବ ବୋଲି ତୃଣମୂଳ ଅଭିଯୋଗ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.