Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ରୋକ ଲଗାଇଲେ EC, ଜବାବରେ ଧାରଣା ଦେବେ କହିଲେ ଦିଦି

12/04/2021 at 9:18 PM

କୋଲକାତା ୧୨।୪: ନିର୍ବାଚନ ଆୟୋଗ( ଇସି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏଥିରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଦଇଛନ୍ତି । ମୁସଲମାନ ଭୋଟରଙ୍କୁ ବିଜେପିକୁ ଭୋଟ ନ ଦେବା ଲାଗି ମମତାଙ୍କ ଅପିଲକୁ ନେଇ ଇସି ଏହି ପଦକ୍ଷେପ ନେଇଥିବା କହିଛନ୍ତି। ତେବେ ଇସିଙ୍କ ନିଷ୍ପତ୍ତିର ଦିନକୁ ତୃଣମୂଳ କଂଗ୍ରେସ ଦେଶର ଗଣତନ୍ତ୍ର ଲାଗି କଳାଦିବସ ବୋଲି କହିଛି।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସିଙ୍କ ଏଭଳି ଅଗାଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏଭଳି ଅଗାଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ବେଳେ କୋଲକାତାସ୍ଥିତ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବେ। ମମତା ବାନାର୍ଜୀ ମୁସଲମାନମାନ ଭୋଟରଙ୍କୁ ବିଜେପିକୁ ଭୋଟ ନଦେବାକୁ ଓ ରାଜ୍ୟରେ ନିର୍ବାଚନ ବ୍ୟବସ୍ଥା କାୟମ କରିବା ଲାଗି ସୁରକ୍ଷା କର୍ମୀଙ୍କୁ ଘେରାଉ କରିବା ଲାଗି ମହିଳାଙ୍କୁ ଅପିଲ କରିଥିଲେ।

ଏ ନେଇ ଆୟୋଗ ତାଙ୍କୁ ଦୁଇଟି ନୋଟିସ ଜାରି କରିଥିଲେ। ଜବାବରେ ମମତା ଦେଇଥିବା ବୟାନ ଓ କରିଥିବା ଅଭିଯୋଗରେ ଆୟୋଗ କ୍ଷୁବ୍ଧ ହୋଇଥିବା ବେଳେ ତାଙ୍କ ଉପରେ ପ୍ରଚାର କଟକଣା ଜାରି କରିଛନ୍ତି। ମମତାଙ୍କ ଅଭିଯୋଗକୁ ଆୟୋଗ ନିରାଧାର କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ବୟାନବାଜୀ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଭାବ ପକାଇଛି। ଏଣୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।

   Related Posts