କେବଳ ଉପାସରେ ନୁହେଁ, ପ୍ରତ୍ୟେକ ଦିନ ସାବୁଦାନା ଖାଇବା କାହିଁକି ଜରୁରୀ ଜାଣନ୍ତୁ

Published By : Prameya-News7 Bureau | April 15, 2019 IST

wp:heading {"level":5}
ସାଧାରଣତଃ ଉପାସ ବା ପୂଜା ପର୍ବରେ ଲୋକେ ସାବୁଦାନା ଖାଆନ୍ତି। ନବରାତ୍ରୀ ବ୍ରତରେ ଅଧିକାଂଶ ଲୋକେ ସାବୁଦାନା ଖାଇ ରୁହନ୍ତି। ସାବୁଦାନା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପୂଜା ପର୍ବ ସହ ଅନ୍ୟ ସାଧାରଣ ଦିନରେ ମଧ୍ୟ ସାବୁଦାନା ସେବନ କରିବା ଜରୁରୀ।  
/wp:heading {"id":103791}
wp:heading {"level":5}
ସକାଳ ଜଳଖିଆରେ ସାବୁଦାନା ଖାଇଲେ ପୂରା ଦିନ ଶରୀରକୁ ଏନର୍ଜି ମିଳିଥାଏ। ଏଥିରେ ଭିଟାମିନ, ମିନେରାଲ, କାର୍ବସ ଓ କାର୍ବୋହାଇଡ୍ରେଟ୍‌ ରହିଥାଏ। ଏହି କାରଣରୁ ଶରୀରରେ ଶକ୍ତି ଭରପୁର ରହେ। ଏଥିରେ ଫାଇବର ଓ କାର୍ବସର ମାତ୍ରା ଅଧିକ ଥିବାରୁ ଶରୀର ଦୁର୍ବଳ ହୋଇନଥାଏ । ଫଳରେ ଶରୀର ଥକେ ନାହିଁ।
/wp:heading {"id":103793}
wp:heading {"level":5}
ସାବୁ ଖାଇଲେ ବାରମ୍ୱାର ଭୋକ ଲାଗେ ନାହିଁ। ଗରମ ଦିନରେ ସାବୁ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ପେଟ ମଧ୍ୟ ଥଣ୍ଡା ରଖେ। ସାବୁଦାନା ଖାଇଲେ ପାଚନ ପ୍ରକ୍ରିୟା ଭଲ ହୋଇଥାଏ। ସାବୁଦାନା ଖାଇଲେ ପେଟ ଫୁଲିବା, ଗ୍ୟାସ, କଷ୍ଠକାଠିନ୍ୟ , ବଦହଜମି ଭଳି ସମସ୍ୟା ହୋଇନଥାଏ।
/wp:heading {"id":103794}
wp:heading {"level":5}
ସାବୁଦାନାରେ ଆଇରନର ମାତ୍ରା ଭରପୁର ଥାଏ। ଫଳରେ ଶରୀରରେ ରକ୍ତ କଣିକା ବଢିଥାଏ। ଶରୀରେ ରକ୍ତ ଅଭାବ ଥିଲେ ସାବୁଦାନା ଖାଇବା ଉଚିତ୍‌। ଏହା ସହ ସାବୁଦାନାରେ କାଲସିଅମ୍‌ର ମାତ୍ରା ଅଧିକ ଥାଏ। ତେଣୁ ଏହା ଶରୀରର ହାଡ ଓ ମାଂସପେଶିକୁ ମଜବୁତ କରିଥାଏ।
/wp:heading {"id":103795}
wp:heading {"level":5}
ଯଦି ଉଚ୍ଚ ରକ୍ତ ଚାପର ସମସ୍ୟା ଅଛି ତାହେଲେ ସାବୁଦାନା ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାବୁଦାନା ଖାଇଲେ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.