Thursday, July 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଆଜ ଖାଇଲେ ୪୮ଘଣ୍ଟାରେ ମଧୁମେହରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ପିଆଜ କାଟିବା ଅନେକଙ୍କ ପାଇଁ କଷ୍ଟ କାମ । କାରଣ ପିଆଜ କାଟିଲା ବେଳେ ଆଖିରୁ ପାଣି ବାହାରେ। କିନ୍ତୁ ପିଆଜର ଅନେକ ଔଷଧିୟ ଗୁଣ ରହିଛି , ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ । ପିଆଜରେ ଏଣ୍ଟି-ଇନଫ୍ଲାମେଟରି ଗୁଣ ଥାଏ। ଏହା ସହ ପିଆଜରେ ଏଣ୍ଟି-ଏଲର୍ଜି, ଏଣ୍ଟି-ଅକ୍ସିଡେଣ୍ଟ ଓ ଏଣ୍ଟି-କାର୍ସିନୋଜେନିକ ଗୁଣ ଥାଏ। ପିଆଜରେ ଭିଟାମିନ ଏ, ବି୬, ବି କମ୍ପଲେକ୍ସ ଭରପୁର ମାତ୍ରାରେ ଥାଏ।
ପିଆଜରେ ଆଇରନ, ମିନେରାଲ, ପୋଟାସିଅମ ମଧ୍ୟ ଅନେକ ମାତ୍ରାରେ ଥାଏ ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ । କଞ୍ଚା ପିଆଜକୁ ବ୍ୟବହାର କରିବା ପାଇଁ ଅନେକ ଉପାୟ ରହିଛି। କିଛି ଜଣ କଞ୍ଚା ପିଆଜକୁ ସାଲାଡ କରି ଖାଇବା ପସନ୍ଦ କରନ୍ତି ତ କିଛି ପିଜ୍ଜା, ଆଚାର ଭଳି ଖାଇବାରେ ପସନ୍ଦ କରନ୍ତି।
୧-କଞ୍ଚା ପିଆଜ ଖାଇଲେ କିମ୍ୱା ମୁଣ୍ଡରେ ପିଆଜ ରସ ଲଗାଇଲେ କେଶ ଲମ୍ବାହୋଇଥାଏ।

୨- ରକ୍ତ ଚାପ ଥିବା ଲୋକଙ୍କ ପାଇଁ କଞ୍ଚା ପିଆଜ ଖାଇବା ଲାଭଦାୟକ ହୋଇଥାଏ।

୩- ପିଆଜ ଖାଇବା ମଧୁମେହ ଥିବା ଲୋକଙ୍କ ପାଇଁ ଫାଇଦା ହୋଇଥାଏ। ୨ ଦିନ ଧରି ପିଆଜ ରସ ପିଇଲେ ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।
୪- ପିଆଜର ଔଷଧିୟ ଗୁଣ କ୍ୟାନସର ଭଳି ମାରାତ୍ମକ ରୋଗ ଠିକ କରିବାରେ ସହଯୋଗ କରେ।
୫- କଞ୍ଚା ପିଆଜ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
୬- ପିଆଜରେ ଥିବା ଭିଟାମିନ ଓ କ୍ୟାଲସିଅମ ମୁଖ ଗହ୍ବର ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ।
୭- ନାକରୁ ରକ୍ତ ବାହାରିବା ସମୟରେ ପିଆଜ କାଟି ଶୁଙ୍ଗିଲେ ଏହା ରକ୍ତ ବାହାରିବା ବନ୍ଦ ହୋଇଯାଏ। ପାଇଲ୍‌ସ ସମସ୍ୟା ଥିଲେ ଧଳା ପିଆଜ ଖାଇବା ଉଚିତ୍‌।
୮- ପ୍ରତିଦିନ ପିଆଜ ସାଲାଡ ଖାଇଲେ ଶରୀରରେ ଇଂନସୁଲିନ ମାତ୍ରା ବଢିଥାଏ। ଫଳରେ ମଧୁମେହ ନିୟନ୍ତ୍ରଣ ହୋଇଥାଏ।
୯- ରକ୍ତ ଚାପ ସହ ହାର୍ଟ ରୋଗ ମଧ୍ୟ ନିୟନ୍ତ୍ରଣ କରେ କଞ୍ଚା ପିଆଜ। ଏଥିରେ ମିଥାଇଲ ସଲଫାଇଡ ଓ ଅମିନୋ ଏସିଡ ଥାଏ। ତେଣୁ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ସହ ଅନ୍ୟ ରୋଗ ମଧ୍ୟ ଦୂର ହୋଇଥାଏ।
୧୦- ପ୍ରତ୍ୟେକ ଦିନ ପିଆଜ ଖାଇଲେ ଶରୀରରେ ରକ୍ତହୀନତା ଦୂର ହୋଇଥାଏ।

 

1822 Views

   ସମ୍ବନ୍ଧିତ ଖବର