ମାଛ, ମାଂସ ଓ ଅଣ୍ଡା ଖାଇଲେ କରୋନା ଭୟ ନାହିଁ, ସ୍ପଷ୍ଟୀକରଣ ଦେଲେ କୃଷିମନ୍ତ୍ରୀ

Published By : Prameya-News7 Bureau | March 14, 2020 IST

ଭୁବନେଶ୍ୱର, ୧୪|୦୩:   କୁକୁଡା ମାଂସ ଖାଇଲେ କରୋନ ବ୍ୟାପିବାର ସମ୍ଭାବନା ନାହିଁ। ମାଛ ମାଂସ ଖାଇଲେ କରୋନା ବ୍ୟାପୁଥିବା କଥା ଏକ ଗୁଜବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

{"id":238520,"width":743,"height":372,"sizeSlug":"large"}

କୃଷିମନ୍ତ୍ରୀ କହିଛନ୍ତି, ମାଛ, ମାଂସ କିମ୍ବା ଅଣ୍ଡା ଖାଇଲେ କରୋନା ଭୟ ନାହିଁ। କୁକୁଡା ଯୋଗୁଁ କରୋନା ବ୍ୟାପି ନଥାଏ। ଆମିଷ ଖାଇଲେ କରୋନା ହେବା କଥା ଏକ ଗୁଜବ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।

{"id":238523,"width":749,"height":472,"sizeSlug":"large"}

ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସର ଅନେକ ମାମଲା ଆସିବା ପରେ ଆମିଷ ବଜାରରେ ବେପାର ମାନ୍ଦା ହୋଇଯାଇଛି। କେତେକ ସ୍ଥାନରେ ଚିକେନ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି। ଏପରିକି ଓଡିଶାରେ ମଧ୍ୟ କୁକୁଡା ମାଂସ ବିଭିନ୍ନ ସ୍ଥାନରେ କେଜି ପ୍ରତି ୬୦ରୁ ୭୦ ଟଙ୍କା ରେ ବିକ୍ରି ହେଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.