ଆପଣ ମଧ୍ୟ ଓଜନ ବୃଦ୍ଧି ଯୋଗୁଁ ଚିନ୍ତିତ କି ? ସରଳ ଉପାୟରେ କେମିତି ଓଜନ କମେଇବେ ଜାଣନ୍ତୁ

Published By : Prameya-News7 Bureau | December 14, 2018 IST

ଦିଲ୍ଲୀ ୧୪/୧୨ : ଓଜନ ବୃଦ୍ଧି ଆଜିକାଲିର ଏକ ବଡ ସମସ୍ୟା  | ଓଜନ ବୃଦ୍ଧିକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ | ତଥାପି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖେ ବ୍ୟାୟାମ କରିବ ପାଇଁ ସମୟ ନାହିଁ | ତେଣୁ ସମସ୍ତେ ଚାହାନ୍ତି ସହଜ ଉପାୟରେ କେମିତି ଓଜନ କମିଯିବ | ଆପଣ ମଧ୍ୟ ଯଦି ସେୟା ଚାହୁଁଥାନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ | ଏକ ତଦନ୍ତରୁ ଜଣ ପଡିଛି ଯେ, ଏକ ସ୍ୱତନ୍ତ୍ର ମାଟି ସେବନ ଦ୍ୱାରା ସହଜରେ ଓଜନ କମିଯାଇଥାଏ | ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଗୋଟିଏ ଚାମଚ ଖାଇବା ଦ୍ୱାରା ଓଜନ କମିଯାଇଥାଏ | 

{"id":63538,"width":587,"height":391}

ପିଲାବେଳେ ଆପଣ ମଧ୍ୟ ମାଟି ଖାଇଥିବେ | ମାଟି ଖାଇବା ଯୋଗୁଁ ମାଡ ଗାଳି ମଧ୍ୟ ଖାଇଥିବେ | କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ମାଟିର ବାସ୍ନା ଭଲ ଲାଗିଥାଏ ଏବଂ ସେମାନେ ମାଟି ଖାଇବାକୁ ଭଲ ପାଇଥାନ୍ତି | ଆମେ ପିଲାବେଳୁ ଶୁଣି ଆସୁଛୁ ଯେ, ମାଟି ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ | କିନ୍ତୁ ଏକ ଯାଞ୍ଚରୁ ଜଣ ପଡିଛି ଯେ, ମାଟି ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ | ବୈଜ୍ଞାନିକଙ୍କ ଦାବି ଅନୁଯାୟୀ ଓଜନ କମାଇବା ପାଇଁ ଖାଉଥିବା ଯେକୌଣସି ଔଷଧଠାରୁ ଏହି ମାଟି ଅତ୍ୟନ୍ତ ଲାଭଦାୟକ | 

{"id":63539,"width":590,"height":398}

ବୈଜ୍ଞାନିକଙ୍କ କହିବାନୁଯାୟୀ, ଖାଦ୍ୟ ଖାଇବା ସହ ବହୁ ଟକ୍ସିକ ବା ବିଷାକ୍ତ ଶରୀର ମଧ୍ୟ ପ୍ରବେଶ କରିଥାଏ | ଯେଉଁଥିପାଇଁ ଓଜନ ବଢିଥାଏ | କିନ୍ତୁ ମାଟି ଖାଇବା ଦ୍ୱାରା ପେଟ ଭିତରେ ଏହା ବିରେଚକଭଳି କାମ କରିଥାଏ । ବିଷାକ୍ତ ଜିନିଷଗୁଡିକ ଜମାଟ ବାନ୍ଧିବାକୁ ଦେଇନଥାଏ ।  

{"id":63540,"width":587,"height":366}

ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ମାଟି ପେଟରୁ ଟକ୍ସିକକୁ ବାହାର କରିବାରେ ସକ୍ଷମ ହୋଇଥାଏ | ଏହି ମାଟି ଏଣ୍ଟି-ଡାୟରିୟଲ ଭାବେ କାମ କରିଥାଏ | ଅଷ୍ଟ୍ରେଲିଆର ଏହି ବୈଜ୍ଞାନିକମାନେ ଏକ ମୋଟା ମୂଷା ଉପରେ ଏହା ପ୍ରୟୋଗ କରିଥିଲେ | ଏହାସହ ଓଜନ କମ କରିବା ପାଇଁ ଔଷଧର ପ୍ରୟୋଗ ମଧ୍ୟ କରାଯାଇଥିଲା | ତେବେ ଯେଉଁ ମୂଷାକୁ ମାଟି ଦିଆଯାଇଥିଲା ତାର ଓଜନ ଶୀଘ୍ର କମିଯାଇଥିଲା | ଏହି ସ୍ୱତନ୍ତ୍ର ମାଟିର ନାଁ ହେଲା ମୋରିଲୋନାଇଟ | ଅପରପକ୍ଷରେ ଔଷଧ ଖାଇଥିବା ମୂଷାର ଓଜନ କମିନଥିଲା | ଏଥିରୁ ନିଷ୍କର୍ସ ବାହାରିଥିଲା ଯେ, ଏଫଡିଏ ଅନୁମୋଦିତ ଔଷଧ ତୁଳନାରେ ଟକ୍ସିକକୁ ଫ୍ଲସ କରିବ ପାଇଁ ମାଟି ସର୍ବୋତ୍କୃଷ୍ଟ | ଖାଦ୍ୟ ପଦାର୍ଥରେ ଥିବା ତୈଳକୁ ହଜମ କରିବ ପାଇଁ ଏହି ମାଟି ସହାୟକ ହୋଇଥାଏ |

ପ୍ରାଚୀନ କାଳରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ, ମାଟିର ସେବନ ଦ୍ୱାରା ସ୍ୱାସ୍ଥ୍ୟର କୌଣସି କ୍ଷତି ଘଟି ନଥାଏ | କିନ୍ତୁ ଅଧିକ ସେବନ ଦ୍ୱାରା ଅର୍ଶ ଭଳି ସମସ୍ୟା ଦେଖାଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.