Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ବୃଦ୍ଧଙ୍କୁ ଅଧିକ ରାଗ ଏବଂ ମସଲାଯୁକ୍ତ ମୋମୋ ଖାଇବା ପଡ଼ିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

4/08/2020 at 10:58 PM

ଭାରତରେ ଅନେକ ଲୋକଙ୍କୁ ଚଟପଟା ଜିନିଷ ଖାଉଥିବା ଦେଖାଯାଇଥାଏ ଏବଂ ତାଙ୍କ ପାଟିରୁ ଏସବୁ ଜିନିଷ ପାଇଁ ଲାଳ ବାହାରି ଆସିଥାଏ। ଚୀନର ଲୋକେ ଚଟପଟା ଜିନିଷଠୁ ଦୂରରେ ରୁହନ୍ତି। କିନ୍ତୁ ଚୀନର ଜଣେ ବ୍ୟକ୍ତି ରାଗ ଏବଂ ମସଲାଯୁକ୍ତ ମୋମୋକୁ ଦେଖି ନିଜକୁ କାବୁ କରିପାରିନଥିଲେ। କିନ୍ତୁ ଏହା ଖାଇବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ରାଗ ଏବଂ ମସଲାଯୁକ୍ତ ମୋମୋ ଖାଇବା ଯୋଗୁଁ ତାଙ୍କ ପେଟରେ ହଠାତ୍ ବିସ୍ଫୋରଣ ହୋଇଥିଲା ଏବଂ ତାଙ୍କ ଅନ୍ତ ଫାଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଡାକ୍ତରମାନେ ଖୁବ୍ କଷ୍ଟରେ ବ୍ୟକ୍ତିଙ୍କୁ ବଞ୍ଚାଇଥିଲେ। ଘଟଣାଟି ହେଉଛି ଚୀନର ଜିୟାଙ୍ଗସୁ ଅଞ୍ଚଳର। ଏବେ ଏହି ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

୬୩ବର୍ଷ ବୟସ୍କ ବାଙ୍ଗ୍ ରାତ୍ରି ଭୋଜନରେ ଅତ୍ୟନ୍ତ ରାଗ ମସଲାଯୁକ୍ତ ମୋମୋ ଖାଇଥିଲେ। ଅଳ୍ପ ସମୟ ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ପେଟରୁ ସାମାନ୍ୟ ବିସ୍ଫୋରଣ ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତର ଯାଞ୍ଚ କରିବା ପରେ କହିଥିଲେ ଯେ ରାଗ ମସଲାଯୁକ୍ତ ମୋମୋ ଖାଇବା ଯୋଗୁଁ ତାଙ୍କ ପେଟରେ ଜୋର ଗ୍ୟାସ ହୋଇଯାଇଥିଲା। କିନ୍ତୁ ଅନ୍ତରେ ଖାଦ୍ୟ ଫସିଯିବାରୁ ଏବଂ ପ୍ରେସର ବଢ଼ିବାରୁ ବ୍ଲାଷ୍ଟ ହୋଇଯାଇଥିଲା।

ବାଙ୍ଗଙ୍କର ପୂର୍ବରୁ ପେଟ ଏବଂ ପାଚନ ସମ୍ବନ୍ଧିତ ସମସ୍ୟା ଥିଲା। ଏପରି ପରିସ୍ଥିତିରେ ଡାକ୍ତର ତାଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରିଥିଲେ। କିନ୍ତୁ ସେ ଏହା ଅଣଦେଖା କରି ସେସବୁ ଖାଇଥିଲେ। ଏହା ଦ୍ବାରା ତାଙ୍କ ଜୀବନକୁ ମଧ୍ୟ ବିପଦ ରହିଥିଲା।

   Related Posts