Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସତ ଜାଣିବା ପରେ ଚିନ୍ତା କରନ୍ତୁ ଆଉ ମୋମୋ ଖାଇବେକି ନାହିଁ …

25/07/2019 at 2:15 PM

ଚାଇନିଜ ଡିସ୍‌ ମୋମୋ ଅଧିକାଂଶ ଲୋକେ ଖାଇବା ପସନ୍ଦ କରନ୍ତି। ଚାଇନାରେ ମୋମୋ ଯେତିକି ଫେମସ ଭାରତରେ ମଧ୍ୟ ମୋମୋ ସେତିକି ଲୋକପ୍ରିୟ। ଯେତେ ଯାହା ହେଲେ ବି ରାସ୍ତାରେ ମୋମୋ ଠେଲା ନିହାତି ଭାବେ ଦେଖିବାକୁ ମିଳେ। ଆଜିକାଲିର ଯୁବପିଢୀ ମୋମୋ ଖାଇବା ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଚାଇନିଜ୍‌ ଫୁଡ୍‌ ହେଲେ ମଧ୍ୟ ମୋମୋ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ପ୍ରାୟତଃ ଲୋକେ ଭାବନ୍ତି। କାରଣ ଏଥିରେ ଅଧିକ ତେଲ ବ୍ୟବହାର ହୋଇନଥାଏ ଓ ଏହା ସିଝେଇ ତିଆରି କରାଯାଏ।

କିନ୍ତୁ ଏହି ଚିନ୍ତାଧାରା ରଖୁଥିବା ଲୋକେ ଭୁଲ। ଅଧିକ ମୋମୋ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ସିଝା ହେଲେ ମଧ୍ୟ ଏହା ମଇଦାରୁ ତିଆରି ହୋଇଥାଏ। ମଇଦାରେ କୋଣସି ମାତ୍ରାର ଫାଇଦା ନଥାଏ। ଏହା ସହ ବଜାରରେ ମଇଦାକୁ ଅଧିକ ସଫା ଓ ଧଳା କରିବା ପାଇଁ ଏଥିରେ ବେଂଜୋଇଲ ପାରକ୍ସାଇଡ୍‌ ବ୍ୟବହାର କରାଯାଏ।

ବେଂଜୋଇଲ ପାରକ୍ସାଇଡ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଫାଷ୍ଟଫୁଡ୍‌ରେ ଅଧିକ ମଇଦା ବ୍ୟବହାର କରାଯାଏ। ଅଧିକ ମାତ୍ରାରେ ମଇଦା ଖାଇଲେ ଶରୀରରେ ସୁଗର ଲେଭେଲ ବଢିଯାଏ। ମଇଦାରେ ହାଇ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥାଏ।

ଶରୀରରେ ବ୍ଲଡ, ସୁଗର ଲେଭେଲ ବଢିଲେ ରକ୍ତରେ ଗ୍ଲୁକୋଜ ଜମା ହେବାକୁ ଲାଗେ। ଏଥିପାଇଁ ଗଣ୍ଠି ଓ ହୃଦୟ ସମ୍ବନ୍ଧିତ ରୋଗ ହୋଇଥାଏ। ମଇଦାରେ ଫାଇବର ନଥିବାରୁ ଏହା ପେଟରେ ସହଜରେ ହଜମ ହୁଏନାହିଁ। ଫଳରେ ପାଚନ ପ୍ରକ୍ରିୟା ଠିକ୍‌ ଭାବେ ହୋଇନଥାଏ ଓ ଏସିଡିଟି ଭଳି ସମସ୍ୟା ହୋଇଥାଏ।

ଏଥିପାଇଁ ମଇଦାରେ ତିଆରି ହେଉଥିବା ଖାଦ୍ୟ ଅଧିକ ଖାଇବା ଅନୁଚିତ୍‌। ଏହା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଥାଏ। ମଇଦା ନିର୍ମାଣ କରିବା ସମୟରେ ଏଥିରୁ ପ୍ରୋଟିନ ତତ୍ତ୍ବ କାଢିଦିଆଯାଏ। ଫଳରେ ଶରୀରକୁ କାଲସିଅମ୍‌ ଓ ଭିଟାମିନ୍‌ ମିଳିନଥାଏ।

   Related Posts