Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଗୁଡ଼ ଖାଇବା ଦ୍ବାରା ଶରୀରର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ, ଜାଣନ୍ତୁ

3/08/2019 at 8:25 PM

ସାଧାରଣତଃ  ଅଧିକାଂଶ ଲୋକ ଖାଇବା ପରେ ମିଠା କିମ୍ବା ଚକେଲଟ ଖାଇଥାନ୍ତି। ହେଲେ ଆଜକୁ କିଛି ବର୍ଷ ତ​‌ଳେ ଖାଇବା ପରେ ଗୁଡ଼ ଖାଇବା ପାଇଁ ଦିଆଯାଉଥିଲା। ମିଠା ଖାଇବା ଦ୍ବାରା ଡ଼ାଇବିଟ୍‌ସ ଓ ପେଟରେ ଯନ୍ତ୍ରଣା ଭଳି ରୋଗ ହୋଇଥାଏ। ହେଲେ ଗୁଡ଼ ଭଳି ମିଠାଦ୍ରବ୍ୟକୁ ଖାଇଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଗୁଡ଼ ଖାଇବା ଦ୍ବାରା କଣ ସବୁ ଲାଭି ମିଳିଥାଏ।

୧- ଯେଉଁ ବ୍ୟକ୍ତି ଥକାପଣ କିମ୍ବା ଦୁର୍ବଳ ଅନୁଭବ କରୁଥିଲେ। ସେହି ବ୍ୟକ୍ତି ପ୍ରତ୍ୟେକ ଦିନ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ବାରା ଏହିସବୁ ସମସ୍ୟା ଦୂର ହୋଇଯାଇଥାଏ। ଗୁଡ଼ ଶରୀରର ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ।

୨- ଗୁଡ଼ ଖାଇବା ଦ୍ବାରା ରକ୍ତରେ ଥିବା ହାନିକାରକ କୀଟାଣୁ ସବୁ ସଫା ହୋଇଯାଇଥାଏ। ଏଥିସହ ମୁହଁର ଚର୍ମକୁ ପରିସ୍କାର ରଖିବା ସହ ଶରୀର ରକ୍ତ ସଂଚାଳନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।ପ୍ରତ୍ୟେକ ଦିନ ଖାଇବା ପରେ ଅଳ୍ପ ପରିମାଣର ଗୁଡ଼ ଖାଇବା ଉଚିତ୍ ।ଅଳ୍ପ ପରିମାଣ ଗୁଡ଼ ଖାଇବା ଦ୍ବାରା କୌଣସି କ୍ଷତି ହୋଇନଥାଏ। ବରଂ  ଆପଣଙ୍କ ଶରୀର ପ୍ରତି ଲାଭ ହୋଇଥାଏ।

୩- ଗୁଡ଼ରେ ଏଣ୍ଟି ଏଲାର୍ଜିକ୍ ଉପାଦାନ ରହିଥାଏ। ଗୁଡ଼ ସେବନ କରିବା ଦ୍ବାରା ଶ୍ବାସରୋଗ ଭଳି ଭୟଙ୍କର ରୋଗ କୁଆଡେ ଗାୟବ ହୋଇଯାଇଥାଏ। ନିଶ୍ବାସ ନେବାରେ ଅସୁବିଧା ହେଉଥିଲେ ଗୁଡ଼ ହିଁ ଏହି ସମସ୍ୟାର ସମାଧାନ କରିଥାଏ।

୪-  ଶରୀର କୌଣସି ସ୍ଥାନରେ ଜଏଣ୍ଟ ପେନ୍ ହେଉଥିଲେ ଅଦା ଓ ଗୁଡ଼ ମିଶାଇ ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ।ଗୋଟେ ମୁଣ୍ଡା ଗୁଡ଼ରେ ଅଦା ମିଶାଇ ଖାଇବା ଦ୍ବାରା ଜଏଣ୍ଟ ପେନ ଦୂର ହୋଇଥାଏ।

୫- ଗୁଡ଼ ଖାଇବା ଦ୍ବାରା ଶରୀର ଆଇରନ ବୃଦ୍ଧି ହୋଇଥାଏ। ଶରୀର ଆଇରନ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିନ ଗୁଡ଼ ଅଳ୍ପ ପରିମାଣରେ ଖାଇବା ଆବଶ୍ୟକ।

   Related Posts