ଏମାନଙ୍କ ପାଇଁ ଅଣ୍ଡା ହୋଇଥାଏ ଅମୃତ : ମିଳିଥାଏ ଅନେକ ରୋଗରୁ ମୁକ୍ତି

Published By : Prameya-News7 Bureau | November 30, 2019 IST

ଶୀତଦିନେ ଅଣ୍ଡା ଖାଇବା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ଅମୃତ ସମାନ ହୋଇଥାଏ। ଏହା ଖାଇବା ଦ୍ବାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ ଏବଂ ମନୁଷ୍ୟ ନିଜକୁ ସୁସ୍ଥ ଅନୁଭବ କରିଥାଏ। ଏହା ସହିତ ଶରୀରରେ ଅନେକ ରୋଗ ଦୂର ହୋଇଥାଏ। ଆଜି ଆମେ ଜାଣିବା କେଉଁ ଲୋକଙ୍କ ପାଇଁ ଅଣ୍ଡା ଅମୃତ ହୋଇଥାଏ ଅର୍ଥାତ୍ ଅଣ୍ଡା ଖାଇବା ଦ୍ବାରା ଏମାନଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ।

{"id":191923,"sizeSlug":"large"}

୧. ଛୋଟ ପିଲାଙ୍କ ପାଇଁ : ଶୀତ ଦିନେ ଅଣ୍ଡା ଖାଇବା ଛୋଟ ପିଲାଙ୍କ ପାଇଁ ଲାଭଦାୟକ ରହିଥାଏ। ଏହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ରୋଗ ହେବାର ସମ୍ଭାବନା କମି ଯାଇଥାଏ। ଏହା ଦ୍ବାରା ଛୋଟ ପିଲାଙ୍କର ଶାରିରୀକ ଏବଂ ମାନସିକ ସ୍ଥିତି ଠିକ୍ ରହିଥାଏ ଏବଂ ସେ ନିଜେ ମଧ୍ୟ ଫିଟ୍ ଅନୁଭବ କରିଥାଏ। ଫଳରେ ଛୋଟ ପିଲାଙ୍କ ଶରୀରରେ କୌଣସି ପ୍ରକାରର ସମସ୍ୟା ହୋଇନଥାଏ। ସେଥିପାଇଁ ଛୋଟ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବା ଉଚିତ୍।

{"id":191924,"sizeSlug":"large"}

୨. ମହିଳାଙ୍କ ପାଇଁ : ଶୀତ ଦିନେ ଅଣ୍ଡା ମହିଳାଙ୍କ ପାଇଁ ଅମୃତ ହୋଇଥାଏ। ଏହା ଦ୍ବାରା ମହିଳାଙ୍କୁ ଶକ୍ତି ମିଳିଥାଏ। ଏମାନଙ୍କ ଶରୀରରେ ମିଳୁଥିବା ହରମୋନ୍ ସନ୍ତୁଳିତ ରହିଥାଏ। ଅଣ୍ଡା ଖାଇବା ଦ୍ବାରା ମହିଳା ନିଜକୁ ସୁସ୍ଥ ଅନୁଭବ କରିଥାଆନ୍ତି। ଅଣ୍ଡା ଖାଇବା ଦ୍ବାରା ଶରୀରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ସହିତ ମାନସିକ ଅବସାଦ ଏବଂ ଡିପ୍ରେସନ୍ ସମସ୍ୟା ମଧ୍ୟ କମିଯାଇଥାଏ।

{"id":191926,"sizeSlug":"large"}

୩.ବୟସ୍କଙ୍କ ପାଇଁ : ଅଣ୍ଡା ବୟସ୍କଙ୍କ ପାଇଁ ଅମୃତ ହୋଇଥାଏ। କାରଣ ଅଣ୍ଡାରେ ଉଚ୍ଚ ସ୍ତରର ପ୍ରୋଟିନ୍ ରହିଥାଏ। ଏହା ବୟସ୍କଙ୍କୁ ଶକ୍ତି ପ୍ରଦାନ କରିଥାଏ। ଏହା ଖାଇବା ଦ୍ବାରା ଶରୀରରେ ଷ୍ଟାମିନା ବୃଦ୍ଧି ହୋଇଥାଏ। ଅଣ୍ଡାରେ ଭିଟାମିନ୍ ଡି ଏବଂ କ୍ୟାଲସିୟମ ଭରପୂର ରହିଥାଏ। ଏହା ହାଡ଼କୁ ମଜବୁତ କରିଥାଏ। ଏଥିପାଇଁ ବୟସ୍କଙ୍କୁ ଅଣ୍ଡା ସେବନ କରିବା ଉଚିତ୍। ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

{"id":191927,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.