ରାତିରେ କାକୁଡ଼ି ଖାଇବା ସ୍ବାସ୍ଥ୍ୟପ୍ରଦ ନା କ୍ଷତିକାରକ : ଜାଣନ୍ତୁ

Published By : Prameya-News7 Bureau | January 26, 2019 IST

କାକୁଡ଼ିକୁ ଏକ ସ୍ନାକସ୍ ଭାବେ ମଧ୍ୟ ଜଣା ଯାଇଥାଏ। ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ଥିବା କାକୁଡ଼ିକୁ ଲୋକେ କଞ୍ଚା ଖାଆନ୍ତି,  ସାଲାଡରେ ମିଶାଇ ମଧ୍ୟ ଖାଆନ୍ତି ଏବଂ ତରକାରୀରେ ମିଶାଇ ମଧ୍ୟ ଖାଇଥାନ୍ତି। ଭିଟାମିନ୍ କେ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା କାକୁଡ଼ି ଅତ୍ୟଧିକ ଥଣ୍ଡା ହୋଇଥାଏ। ଏହା ବ୍ୟତୀତ ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ ଯାହା ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏୟା ଯେ କାକୁଡ଼ିକୁ କେତେବେଳେ ଖାଇବା ଉଚିତ୍।

{"id":78344,"width":597,"height":281}

କେତେକ ବ୍ୟକ୍ତି ସବୁ ଖାଦ୍ୟ ସହ କାକୁଡ଼ିକୁ ସାଲାଡ୍ କରି ଖାଇଥାନ୍ତି ତ ଆଉ କେତେକ ବ୍ୟକ୍ତି ରାତିରେ କାକୁଡ଼ି ଖାଇଥାନ୍ତି। କିନ୍ତୁ ରାତିରେ କାକୁଡ଼ି ଖାଇବା ଅନୁଚିତ୍। ଏହାର କାରଣ ଗୁଡ଼ିକ ହେଉଛି

{"id":78345}

୧.ଗରିଷ୍ଠ ହୋଇଥାଏ କାକୁଡ଼ି: କେତେକ ପରିବା ଯେପରିକି ଗାଜର,ବିଟ୍ ଏବଂ କାକୁଡ଼ି ସ୍ନାକ୍ସ ଭାବେ ଖିଆଯାଇଥାଏ। ଲୋକେ ଭାବନ୍ତି ଏହା ସହଜରେ ହଜମ ହୋଇଯାଇଥାଏ କିନ୍ତୁ ଏପରି ହୋଇନଥାଏ। ଆପଣ ଯଦି ଏହାକୁ ସ୍ନାକ୍ ହିସାବରେ ଗ୍ରହଣ କରୁଥାନ୍ତି ତେବେ ଆପଣ ଜାଣି ରଖିବା ଉଚିତ୍ ଯେ ଏଥିରେ ପ୍ରଚୁର ପରିମାଣରେ ପାଣି ରହିଥାଏ। କାକୁଡ଼ିରେ ୯୫% ପାଣି ରହିଥାଏ। ଯଦି ଆପଣ ରାତିରେ କାକୁଡ଼ି ଖାଉଛନ୍ତି ତେବେ ଆପଣଙ୍କ ପେଟ ଦୀର୍ଘ ସମୟ ଯାଏଁ ଭରି ରହିବ। ଆପଣଙ୍କୁ ଭାରିପଣ ଅନୁଭବ ହେବ।

{"id":78346,"width":594,"height":395}

୨.ନିଦ୍ରା ପ୍ରଭାବିତ ହେବ : କାକୁଡ଼ି ହଜମ ହେବାକୁ ସମୟ ଲାଗିଥିବା କାରଣରୁ ଏହା ନିଦକୁ ପ୍ରଭାବିତ କରିଥାଏ। ଏହା ବ୍ୟତୀତ ଯଦି ଆପଣ ଅଧିକ ମାତ୍ରାରେ କାକୁଡ଼ି ଖାଉଛନ୍ତି ତେବେ ଏଥିରେ ଥିବା ପାଣି କାରଣରୁ ଆପଣଙ୍କୁ ରାତିରେ ଅଧିକ ଥର ବାଥରୁମକୁ ଯିବାକୁ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କ ନିଦ୍ରାରେ ବାଧା ଉପୁଜିଥାଏ।

{"id":78347,"width":597,"height":340}

୩. ପେଟ ସମ୍ବେଦନଶୀଳ ହୋଇଥିଲେ: ଯେଉଁମାନେ ଅଧିକାଂଶ ସମୟ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାଙ୍କ ପାଇଁ କାକୁଡ଼ି ସ୍ବାସ୍ଥ୍ୟପ୍ରଦ ହୋଇନଥାଏ। କାକୁଡ଼ିରେ cucurbitacin ନାମକ ଏକ ଶକ୍ତିଶାଳୀ ଉପାଦାନ ରହିଥିବାରୁ ବଦହଜମିର ସମସ୍ୟା ହୋଇଥାଏ। ଯେଉଁମାନଙ୍କୁ Irritable Bowel Syndrome ସମସ୍ୟା ରହିଥାଏ ସେମାନଙ୍କୁ ଡାକ୍ତର ହଜମ କ୍ରିୟା ଠିକ୍ ଭାବେ ରଖି କାକୁଡ଼ି ନ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.