ବାଇଗଣ ଖାଇବା ଏହି ଲୋକଙ୍କ ପାଇଁ ବିଷ ହୋଇପାରେ

Published By : Prameya-News7 Bureau | October 14, 2019 IST

ବାଇଗଣ ଏକ ଏମିତି ପରିବା ଯାହା ସବୁ ଋତୁରେ ବଜାରରେ ଉପଲବ୍ଧ ହୋଇଥାଏ। ହେଲେ ଶୀତ ଦିନରେ ବାଇଗଣ ଖାଇବା ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଏମିତି କିଛି ଲାଭଦାୟକ ପୁଷ୍ଟିକର ତତ୍ତ୍ବ ରହିଛି ଯାହା ଅନ୍ୟ ପରିବାରେ ନଥାଏ। ହେଲେ ବାଇଗଣ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇନଥାଏ।

{"id":170062}

ଅଧିକ ମାତ୍ରାରେ ବାଇଗଣ ଖାଇବା ବିଷ ଖାଇବାଠୁ କମ ନୁହେଁ। ବାଇଗଣରେ ସୋଲେନିନ ନାମକ ବିଷାକ୍ତ ତତ୍ତ୍ବ ରହିଛି। ସେଥିପାଇଁ ଅଧିକ ମାତ୍ରାରେ ବାଇଗଣ ଖାଇଲେ ପେଟ କଟା, ମୁଣ୍ଡ ବିନ୍ଧା, କୁଣ୍ଡିଆ, ହାଡ ଗଣ୍ଠି ବଥା ହେବା ଭଳି ସମସ୍ୟା ହୋଇପାରେ। ଏହା ବ୍ୟତୀତ ଅଧିକ ମାତ୍ରାରେ ବାଇଗଣ ଖାଇଲେ ଥାଇରଏଡ ସମସ୍ୟା ବଢିପାରେ।

{"id":170063,"width":576,"height":359}

ଏଥିପାଇଁ ବାଇଗଣ କମ ଖାଇବା ଉଚିତ। ବାଇଗଣରେ ଅକ୍ଜେଲେଟ ତତ୍ତ୍ବ ଅଛି ଯାହା କିଡନୀରେ ପଥର ହୋଇଥିବା ଲୋକଙ୍କୁ ଖାଇବା ଅନୁଚିତ୍‌। ଅକ୍ଜେଲେଟ ଦ୍ବାରା ଶରୀରରେ କ୍ୟାଲସିଅମ ମାତ୍ରା କମିଥାଏ। ଫଳରେ ଦାନ୍ତ ଓ ହାଡ ଦୁର୍ବଳ ହୋଇଥାଏ।  

{"id":170064}

ଗର୍ଭବତୀ ମହିଳାମାନଙ୍କୁ ଅଧିକ ମାତ୍ରାର ବାଇଗଣ ଖାଇବା ଅନୁଚିତ୍‌।ଶରୀରେ ରକ୍ତ କମ ଥିବା ଲୋକଙ୍କୁ ବାଇଗଣଠୁ ଦୂରାଇ ରହିବା ଜରୁରୀ। ନେନୁସିନ୍‌ କାରଣରୁ ଶରୀରେ ରକ୍ତଶିକୁଳି ହୋଇପାରେ । ପ୍ରାୟତଃ ରକ୍ତଦାନ କରୁଥିବା ଲୋକଙ୍କୁ ମଧ୍ୟ ବାଇଗଣ ଖାଇବା ଅନୁଚିତି୍‌। ପ୍ରତିଦିନ ଔଷଧ ଖାଉଥିବା ଲୋକଙ୍କୁ ବାଇଗଣ ଅଧିକ ମାତ୍ରାରେ ଖାଇବା କ୍ଷତିକାରକ ହୋଇପାରେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.